Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବାୟୁସେନାର ପ୍ରତିଷ୍ଠା ଦିବସ

    Share on :
    Date: Oct 8, 2018    Views: 85

    ନୂଆଦିଲ୍ଲୀ: ଆଜି ବାୟୁସେନାର ପ୍ରତିଷ୍ଠା ଦିବସ । ଭାରତୀୟ ବାୟୁସେନା ଆଜି ତା’ର ୮୬ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ବାୟୁ ସେନା ଦିବସ ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ପ୍ରମୁଖ ବିମାନ ବାହିନୀ ଯବାନ ଓ ସମସ୍ତ କର୍ମଚାରୀ ତଥା ଅଧିକାରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

    ଏହି ଅବସରରେ ବିମାନ ବାହିନୀ ପକ୍ଷରୁ  ଗାଜିଆବାଦର ହିଣ୍ଡନ ବିମାନବାହିନୀ ଘାଟିରେ ଏକ ବିଶାଳ ପ୍ୟାରେଡ ଓ ରଣକୌଶଳ ପ୍ରଦର୍ଶନ ଅନୁଷ୍ଠିତ ହେଉଛି । ଭାରତୀୟ ବିମାନ ବାହିନୀ ମୁଖ୍ୟ ମାର୍ଶାଲ ବି.ଏସ ଧନୋଆ  ଏବଂ ଚିଫ ଅଫ ଏୟାର ଷ୍ଟାଫ ଏହି ପ୍ୟାରେଡ ଉତ୍ସବରେ ଯୋଗଦେଇଛନ୍ତି । ପ୍ୟାରେଡ ପରେ ପରେ ବିମାନବାହିନୀର ଲଢୁଆ ଡି୍ରଲ ଟିମ ରଣକୌଶଳ ପ୍ରଦର୍ଶନ କରୁଛନ୍ତି । 

    ବିଗତ ୮ ଦଶନ୍ଧି ମଧ୍ୟରେ ଭାରତୀୟ ବାୟୁସେନା ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଯଥେଷ୍ଟ ପ୍ରଗତି ହାସଲ କରିଛି ଓ ଦେଶକୁ ବିପଦରୁ ରକ୍ଷା କରିବା ପାଇଁ ନିଜର ସାମର୍ଥ୍ୟକୁ ମଜବୁତ କରିଛି । ଭାରତୀୟ ଆକାଶ ସୀମାକୁ ସୁରକ୍ଷିତ ରଖିବା ପାଇଁ ନିଜର ପ୍ରତିଶ୍ରୁତିବଦ୍ଧତାକୁ ପାଳନ କରିବା ସଙ୍ଗେ ସଙ୍ଗେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦେଶବାସୀଙ୍କୁ ସହାୟତା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook