Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଜେଏମଏମରୁ ସାଂସଦ ପ୍ରାର୍ଥୀ ହେବେ ପୂର୍ବତନ ବିଜେଡ଼ି ସାଂସଦ

    Share on :
    Date: Oct 8, 2018    Views: 669

    ଭୁବନେଶ୍ୱର : ମୟୂରଭଞ୍ଜର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡ଼ୁ ଦଳ ଛାଡ଼ି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାରେ ଯୋଗଦେଇଛନ୍ତି  । ଆସନ୍ତା ନିର୍ବାଚନରେ ସେ ମୟୂରଭଞ୍ଜରୁ ସାଂସଦ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ଦଳରେ କିଛି ଠିକ ଚାଲିନାହିଁ ଓ ଅଣଦେଖା କରାଯାଉଥିବା ଅଭିଯୋଗ କରି ଲକ୍ଷ୍ମଣ ଟୁଡ଼ୁ ବିଜେଡ଼ି ଛାଡ଼ିଥିଲେ  । ତେବେ ବିଜେଡ଼ି ଛାଡ଼ିବା ପରେ କେହିକେହି ସେ ବିଜେପିକୁ ଯାଇପାରନ୍ତି ବୋଲି କହୁଥିବାବେଳେ ଅନ୍ୟ କେହି କଂଗ୍ରେସକୁ ଯିବାର ସମ୍ଭାବନା ରହିଛି ବୋଲି ମତପ୍ରକାଶ କରିଥିଲେ  । କିନ୍ତୁ ରବିବାର ରାଂଚି ଠାରେ ଦଳର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଲକ୍ଷ୍ମଣ ଟୁଡ଼ୁ ବିଧିବଦ୍ଧ ଭାବେ ଜେଏମଏମରେ ସାମିଲ ହୋଇଛନ୍ତି  । ଜେଏମଏମ ସୁପ୍ରିମୋ ଶିବୁ ସୋରେନ, ହେମନ୍ତ ସୋରେନ, ଅଞ୍ଜନୀ ସୋରେନ, ରାଜ୍ୟ ସଭାପତି ମହେଶ ହେମ୍ବ୍ରମ, କଳିଙ୍ଗକେଶରୀ ଜେନା, ଫଗୁ ହାଁସଦା ଓ ଅଜେନ ମୁର୍ମୁ ପ୍ରମୁଖ ଲକ୍ଷ୍ମଣ ଟୁଡ଼ୁଙ୍କୁ ସ୍ୱାଗତ କରିଥିଲେ  ।

    Maximum 500 characters

    ରାଜନୀତି View all

    Find Us on Facebook