Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସର୍ଭେ ରିପୋର୍ଟ ଦେଖି ଚିନ୍ତାରେ ବିଜେପି : ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ରେ ବାଜି ମାରିନେବ କଂଗ୍ରେସ

    Share on :
    Date: Oct 8, 2018    Views: 2649

    ଭୁବନେଶ୍ୱର : ଏବିପି ନୁ୍ୟଜ ଓ ସି-ଭୋଟର ସର୍ଭେ ବିଜେପିର ନିଦ ହଜାଇ ଦେଇଛି  । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ତିନି ରାଜ୍ୟରେ ବିଜେପି ଠାରୁ କଂଗ୍ରେସ କ୍ଷମତା ଛଡ଼ାଇନେବ ବୋଲି ସର୍ଭେରୁ ଜାଣିବାକୁ ମିଳିଛି  । ୩ ରାଜ୍ୟରେ ସରକାରୀ ବିରୋଧୀ ହାୱା ଥିବାବେଳେ ଏହାର ଫାଇଦା କଂଗ୍ରେସ ନେବବୋଲି କୁହାଯାଉଛି  ।

    ସର୍ଭେ ଅନୁଯାୟୀ ରାଜସ୍ଥାନର ୨୦୦ ଆସନରୁ କଂଗ୍ରେସ ୧୪୨ ଆସନ ପାଇବ  । ଗତ ୨୦୧୩ ନିର୍ବାଚନରେ ରାଜସ୍ଥାନରେ ବିଜେପି ୧୬୩ ଆସନ ପାଇଥିଲା  । କିନ୍ତୁ ଏବେ ବିଜେପିର ଆସନ ସଂଖ୍ୟା ୫୬କୁ ହ୍ରାସ ପାଇବ ବୋଲି ସର୍ଭେରୁ ଜଣାପଡ଼ିଛି  ।  ଅପରପକ୍ଷରେ ମଧ୍ୟପ୍ରଦେଶର ୨୩୦ ଆସନ ମଧ୍ୟରୁ କଂଗ୍ରେସ ୧୨୨ ଆସନରେ ବିଜୟୀ ହେବାର ସମ୍ଭାବନା ରହିଛି  । ତେବେ ବିଜେପି ମଧ୍ୟପ୍ରଦେଶରେ ୧୦୮ ଆସନ ପାଇବ ବୋଲି କୁହାଯାଉଛି  । ଅନରୂପ ଭାବେ ଛତିଶଗଡ଼ରେ ମଧ୍ୟ ବିଜେପିକୁ ଝଟକା ଲାଗିବ  । ସେଠାରେ ବିଜେପିକୁ ୪୦ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିବ  । ଯେତେବେଳେକି କଂଗ୍ରେସ ୪୭ ଆସନ ପାଇ ସରକାର ଗଢ଼ିବ ବୋଲି ପୂର୍ବାନୁମାନ କରାଯାଉଛି  । ସେପ୍ଟେମ୍ବର ପହିଲାରୁ ୩୦ ମଧ୍ୟରେ ଏହି ସର୍ଭେ ହୋଇଥିଲା  । ତେବେ ଲୋକସଭା ନିର୍ବାଚନରେ କିନ୍ତୁ ବିଜେପି ସେହି ତିନି ରାଜ୍ୟରେ ଭଲ ପ୍ରଦର୍ଶନ କରିବ ବୋଲି ସର୍ଭେରୁ ଜଣାପଡ଼ିଛି  ।

    Maximum 500 characters

    ରାଜନୀତି View all

    Find Us on Facebook