Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଜେପି କାର୍ଯ୍ୟକାରିଣୀରେ ୧୫ ଚିଠା ପ୍ରସ୍ତାବ ଆଗତ

    Share on :
    Date: Oct 7, 2018    Views: 279

    ଭୁବନେଶ୍ୱର: ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ ରବିବାର ଉଦଯାପିତ ହୋଇଯାଇଛି । ଏହି ବୈଠକରେ ବିଜେପି ପକ୍ଷରୁ ୧୫ଟି ଚିଠା ପ୍ରସ୍ତାବ ଗୃହୀତ ହୋଇଛି । ରାଜ୍ୟ ସରକାରଙ୍କ ପ୍ରତାରଣାକୁ ନେଇ ୫ଟି ଚିଠା ପ୍ରସ୍ତାବ ଗୃହୀତ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ଦୁର୍ନୀତି ନେଇ ଅନ୍ୟ ୧୦ଟି ଚିଠା ପ୍ରସ୍ତାବ ଗୃହୀତ ହୋଇଛି । 

    ରାଜ୍ୟ ସରକାରଙ୍କ ପ୍ରତାରଣାକୁ ନେଇ ଗୃହୀତ ୫ଟି ଚିଠା ପ୍ରସ୍ତାବରେ ଆୟୁଷ୍ମାନ, ଖାଦ୍ୟ ଯୋଜନା, ବିଜୁ ଯୁବ ବାହିନୀ, ଆମ ଗାଁ ଆମ ବିକାଶ ଓ ମହିଳା ସ୍ୱୟଂ ସହାୟିକା ସ୍ଥାନୀତ ହୋଇଛି । ଅନ୍ୟ ୧୦ଟି ମେଗା ଚିଠା ପ୍ରସ୍ତାବରେ ଖଣି, ଚିଟଫଣ୍ଡ ଓ ଚାରା ଆଦି ଦୁର୍ନୀତି ପ୍ରସଙ୍ଗ ସ୍ଥାନୀତ ହୋଇଛି । 

    ଚିଠା ପ୍ରସ୍ତାବକୁ ନେଇ ରାଜ୍ୟରେ ବ୍ୟାପକ ଆନେ୍ଦାଳନ କରିବାକୁ ବିଜେପି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । 

     ଏହି କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଯୋଗଦେଇ ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ବୋଲି ଅଭିଯୋଗ କରିଥିଲେ । ସେହିଭଳି ଆୟୁଷ୍ମାନ ଭଳି ଜନହିତକର ଯୋଜନାକୁ ସମସ୍ତ ରାଜ୍ୟ ଲାଗୁ କରିଥିଲେ ମଧ୍ୟ ଓଡ଼ିଶା ସରକାର ନିଜ ସ୍ୱାର୍ଥ ପାଇଁ ଏହି ଯୋଜନାକୁ ଗ୍ରହଣ କରୁନଥିବା ସେ ଅଭିଯୋଗ କରିଥିଲେ । ଏହା ସହ ଓଡ଼ିଶା ଟେକ୍ସଟାଇଲ କାରଖାନାର ପୁନରୁଦ୍ଧାର କରିବାରେ ସରକାର ବିଫଳ ହୋଇଥିବା ଆରୋପ ଲଗାଇ ବିଜେପି ସରକାର ଆସିଲେ ଏହାର ପୁନରୁଦ୍ଧାର ହୋଇପାରିବ ବୋଲି ଦମ୍ଭୋକ୍ତି ବାଢିଥିଲେ କେନ୍ଦ୍ରମନ୍ତ୍ରୀ  ସ୍ମୃତି ଇରାନୀ ।

    ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେ.ଭି ସିଂହଦେଓଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗଦେଇଥିଲେ । 

    Maximum 500 characters

    ତାଜା ଖବର View all

    Find Us on Facebook