Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୫ ପୁଲିସ କର୍ମଚାରୀ ନିଲମ୍ବିତ

    Share on :
    Date: Oct 7, 2018    Views: 439

    ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାର ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ସମୟରେ ମନ୍ତ୍ରୀ ମହେଶ୍ୱର ମନ୍ତ୍ରୀଙ୍କ ଘରେ ଭଙ୍ଗା ରୁଜା  ଘଟଣାକୁ ନେଇ ୫ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ସେମାନଙ୍କ ମଧ୍ୟରେ ୪ ଜଣ କନଷ୍ଟେବଳ ଥିବାବେଳେ ଜଣେ ହାବିଲଦାର ଅଛନ୍ତି ।

    କର୍ତ୍ତବ୍ୟରେ ଅବହେଳା ପାଇଁ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ସମ୍ପୃକ୍ତ ୫ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ।

    ପ୍ରକାଶ ଯେ, ପୁରୀ ବନ୍ଦ ଡାକରା ସମୟରେ ଆନେ୍ଦାଳନକାରୀମାନେ ମନ୍ତ୍ରୀ ମହେଶ୍ୱର ମନ୍ତ୍ରୀଙ୍କ ଘରେ ଭଙ୍ଗା ରୁଜା କରିଥିଲେ । ମନ୍ତ୍ରୀଙ୍କ ଘରେ ଧସେଇ ପଶିବା ସହ ସେଠାରେ ଭଙ୍ଗା ରୁଜୁା କରିଥିଲେ । 

    Maximum 500 characters

    ତାଜା ଖବର View all

    Find Us on Facebook