Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମହେଶ୍ୱରଙ୍କ ଘରେ ଭଙ୍ଗା ରୁଜା କରିଥିଲେ ବୁଲୁ ଖୁଣ୍ଟିଆ

    Share on :
    Date: Oct 7, 2018    Views: 1505

    ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାର ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ସମୟରେ ମନ୍ତ୍ରୀ ମହେଶ୍ୱର ମନ୍ତ୍ରୀଙ୍କ ଘରେ ଭଙ୍ଗା ରୁଜା କରିଥିବା ଅଭିଯୁକ୍ତଙ୍କ ନାମ ପ୍ରକାଶ କରିଛି ପୁଲିସ  । ବୁଲୁ ଖୁଣ୍ଟିଆ ନାମକ ଜଣେ ବ୍ୟକ୍ତି ମନ୍ତ୍ରୀ ଶ୍ରୀ ମହାନ୍ତିଙ୍କ ଘରେ ଭଙ୍ଗା ରୁଜୁ କରିଥିବା ଏସପି ସାର୍ଥକ ଷଡ଼ଙ୍ଗୀ ରବିବାର ପ୍ରକାଶ କରିଛନ୍ତି । 

    ଏଥିସହ ଏସପି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, ସିସିଟିଭି ଫୁଟେଜ ଆଧାରରେ ଗଣ୍ଡଗୋଳରେ ସାମିଲ ୪୬/୪୭ ଜଣଙ୍କୁ ଚିହ୍ନଟ କରାଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ବୁଲୁ ଖୁଣ୍ଟିଆ, ବିନାୟକ ଦାଶମହାପାତ୍ର ଓ ଦାମ ମହାସୁଆରଙ୍କ ନାମରେ ମାମଲା ରୁଜୁ କରାଯାଇଛି ।  ବୁଲୁ ଖୁଣ୍ଟିଆ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରେ ଭଙ୍ଗା ରୁଜା କରିଥିଲେ । 
    ଏହି ଅବସରରେ ଶାନ୍ତି କମିଟି ସଦସ୍ୟଙ୍କ ନାମରେ ମାମଲା ରୁଜୁ କରାଯିବା ପ୍ରଶ୍ନରେ ଏସପି ଶ୍ରୀ ଷଡ଼ଙ୍ଗୀ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ,  ଶାନ୍ତି କମିଟି ବୋଲି କିଛି ଗଠନ କରାଯାଇନଥିଲା । ଆନେ୍ଦାଳନକାରୀଭାବେ ସେମାନେ କଥାବାର୍ତ୍ତା ପାଇଁ ଆସିଥିଲେ । 

    ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଧାଡ଼ି ଦର୍ଶନକୁ ବିରୋଧ କରି ପୁରୀରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଆନେ୍ଦାଳନକାରୀମାନେ ବ୍ୟାରିକେଡ ଭାଙ୍ଗି ମୁଖ୍ୟ ଦ୍ୱାର ସମେତ ବିଭିନ୍ନ ଦ୍ୱାରରେ ଧସେଇ ପଶିଥିଲେ । ୨ଟି ସ୍କାନର ମେସିନ, ୪ଟି ମେଟାଲ ଡିଟେକ୍ଟର ଭାଙ୍ଗିବା ସହ ଚାରି ଦ୍ୱାରରେ ଲାଗିଥିବା ହୋଡିଂକୁ ଚିରି ଦେଇଥିଲେ । ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଜୋତା ଷ୍ଟାଣ୍ଡକୁ ଭାଙ୍ଗି ଦେଇଥିଲେ ବିକ୍ଷୋଭକାରୀ । ବିକ୍ଷୋଭକାରୀମାନେ ସହରର ବିଭିନ୍ନ ସ୍ଥାନରେ ନିଆଁ ଜାଳି ରାସ୍ତା ଅବରୋଧ କରିଥିଲେ ।

    ଏପରିକି ବିକ୍ଷୋଭାରୀମାନେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବାସଭବନରେ ପଶି ଭଙ୍ଗା ରୁଜୁା କରିବା ସହ  ଏସପିଙ୍କ ବାସଭବନ ଉପରକୁ ମଧ୍ୟ ଟେକା ମାଡ଼ କରିଥିଲେ ।

    Maximum 500 characters

    ଅଧିକ ମତାମତ

    Ebhali aneka ghatana prabhabsali byaktinka prarochanare hoithae. Tenu sebhali byaktinku chihnata kari kathora danda deba uchit. Dhadiruara byabastha samastanka pain heba jaruri. Sabudinia darshakanka pain parichaya Patra rahu.

    Ekadashi Nandi

    Oct 7, 2018

    ତାଜା ଖବର View all

    Find Us on Facebook