Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ହାତ ଛାଡ଼ିଲେ ପଦ୍ମଲୋଚନ ପଣ୍ଡା

    Share on :
    Date: Oct 7, 2018    Views: 2114

    ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ଦଳବଦଳ ରାଜନୀତି । ନିକଟରେ ବିଜେପି, କଂଗ୍ରେସ ଓ ବିଜେଡିରୁ ବହୁ ନେତା ଦଳ ଛାଡ଼ି ଅନ୍ୟ ଦଳରେ ଯୋଗଦେବାର ନଜିର ରହିଛି । ଏହି ଧାରାରେ ଆଉ ଜଣେ ନେତା ସାମିଲ ହୋଇଛନ୍ତି । 

    ସେ ହେଉଛନ୍ତି ବାଲେଶ୍ୱର ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ପଦ୍ମଲୋଚନ ପଣ୍ଡା । ଶ୍ରୀ ପଣ୍ଡା କଂଗ୍ରେସ ଦଳ ଛାଡ଼ିଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।  ଏହି ଅବସରରେ ଦଳରେ ଗୋଷ୍ଠି କନ୍ଦଳ ଓ ସମନ୍ୱୟର ଅଭାବ ରହିଥିବା ଶ୍ରୀ ପଣ୍ଡା କହିଛନ୍ତି ।  ତେବେ ସେ କେଉଁ ଦଳକୁ ଯିବେ ବା ନିଜର ରାଜନୈତିକ ଭବିଷ୍ୟତ ନେଇ ଆସନ୍ତା ମଙ୍ଗଳବାର ଘୋଷଣା କରିବେ ବୋଲି କହିଛନ୍ତି । 

    ଏଠାରେ ଉଲ୍ଲେଖ ଯୋଗ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳକୁ ସୁଦୃଢ କରିବାକୁ ପ୍ରାଣପଣେ ଚେଷ୍ଟା କରୁଥିବାବେଳେ ଜଣେ ପରେ ଜଣେ ଦଳ ଛାଡ଼ୁଥିବା ଦେଖିବାକୁ ମିଳୁଛି । ରାଜ୍ୟ କଂଗ୍ରେସର ନୂତନ ମଙ୍ଗୁଆଳଭାବେ ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ନେବା ପରେ ସକ୍ରିୟ ହୋଇଉଠିଥିଲା ପିସିସି । କଂଗ୍ରେସ ଭବନରେ ଗହଳି ଚହଳି ମଧ୍ୟ ଦେଖାଯାଇଥିଲା । ଏପରି କି ବହୁତ ଦିନ ବ୍ୟବଧାନରେ ଦଳର ଆରମ୍ଭ ହୋଇଥିଲା ମିଶ୍ରଣ ପର୍ବ । କିନ୍ତୁ ଧୀରେ ଧୀରେ ଜଣେ ପରେ ଜଣେ ନେତା ଦଳ ଛାଡ଼ିବାରେ ଲାଗିଛନ୍ତି । ଯେଉଁମାନେ ବି ଇସ୍ତଫା ଦେଉନାହାନ୍ତି ସେମାନେ ଦଳ କିମ୍ବା କୌଣସି ଦଳୀୟ ନେତାଙ୍କୁ ଖୋଲା ଖୋଲି ବିରୋଧ କରୁଥିବା ଦେଖିବାକୁ ମିଳୁଛି । 

    Read more

    ୮ ରାଜ୍ୟରେ ଖାତା ଖୋଲିପାରିଲାନି କଂଗ୍ରେସ

    ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ଫଳାଫଳ କଂଗ୍ରେସକୁ ଶକ୍ତ ଧକ୍କା ଦେଇଛି। ଏହି ଜାତୀୟ ଦଳ ଦେଶର ୮ ରାଜ୍ୟରେ ଖାତା ଖୋଳିପାରିନାହିଁ। ଅର୍ଥାତ ଏହି ୮ ରାଜ୍ୟରେ କଂଗ୍ରେସର କୌଣସି ପ୍ରାର୍ଥୀ ବିଜୟୀ ହୋଇପାରି ନାହାନ୍ତି, ଯାହା ଦଳର ନେତୃତ୍ଵ ଉପରେ ପ୍ରଶ୍ନବାଚୀ ...

    Read more

    ନିରଞ୍ଜନ ହତାଶ କଲେ : ଶରତ ରାଉତ

    ଭୁବନେଶ୍ୱର : ଆରମ୍ଭ ହୋଇଗଲା କଂଗ୍ରେସରେ ବାଦିପାଲା  । ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ ନିଜ ପଦ ପଦବୀରୁ ଇସ୍ତଫା ଦେବା ପରେ ଆଉ ଜଣେ ବରିଷ୍ଠ ନେତା ପିସିସି ନିରଞ୍ଜନ ପଟ୍ଟନାୟକଙ୍କୁ ନିଶାନା ସାଧିଛନ୍ତି  । ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ ...

    Read more

    ଫଳ ପୂର୍ବରୁ ଆରମ୍ଭ ହେଲା କଂଗ୍ରେସ କଳି

    ଭୁବନେଶ୍ୱର : ମେ’ ୨୩ରେ ପ୍ରକାଶ ପାଇବ ସାଧାରଣ ନିର୍ବାଚନ ଫଳ  । ସାଧାରଣ ନିର୍ବାଚନ ଫଳାଫଳ ବାହାରିବା ପରେ କଂଗ୍ରେସରେ ଆରୋପ ପ୍ରତ୍ୟାରୋପ ଓ ବାଦବିବାଦର ଏକ ପର୍ବ ଆରମ୍ଭ ହେବା ସାଧାରଣ ଘଟଣା  । ଏବେଠାରୁ ଏହାର ଆଭାସ ମଧ୍ୟ ମିଳିସାରିଛି  । ବରିଷ୍ଠ କଂଗ୍ରେସ ନେତା ...

    Maximum 500 characters

    ରାଜନୀତି View all

    Find Us on Facebook