Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ପୋଖରୀରେ ବୁଡ଼ି ନାବାଳିକା ମୃତ

    Share on :
    Date: Oct 7, 2018    Views: 91

    ଅନୁଗୁଳ: ତାଳଚେର ଥାନା ଅନ୍ତର୍ଗତ କଣ୍ଢାଳ ଗ୍ରାମ ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଯିବାରୁ ଜଣେ ନାବାଳିକାର ମୃତୁ୍ୟ ଘଟିବା ସହ ଅନ୍ୟ ଜଣେ ଅସୁସ୍ଥ ହୋଇପଡ଼ିଛି । ମୃତ ନାବାଳିକାର ନାମ ପାୟଲ ସାହୁ(୧୦) । ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ନାବାଳିକାର ନାମ  ନନ୍ଦିନୀ ସାହୁ(୯) ।

    ନେଉଳ ସାହୁଙ୍କ ଝିଅ ନନ୍ଦିନୀ ଓ ଚିନ୍ତାମଣି ସାହୁଙ୍କ ଝିଅ ପାୟଲ ଗାଧୋଇବାକୁ   ପୋଖରୀକୁ ଯାଇଥିଲେ । ଗାଧୋଇବା ବେଳେ କୌଣସି କାରଣରୁ ସେମାନେ ବୁଡ଼ି ଯାଇଥିଲେ । ସେଠାରେ ଉପସ୍ଥିତ ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ତାଳଚେର ଡାକ୍ତରଖାନା ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ତେବେ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ପାୟଲଙ୍କୁ ମୃତ ଘୋଷଣା କରିଥିଲେ । 

    Maximum 500 characters

    ଆଂଚଳିକ View all

    Find Us on Facebook