Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପିରେ ଯୋଗଦେବେ କି ଲକ୍ଷ୍ମଣ ଟୁଡୁ?

    Share on :
    Date: Oct 7, 2018    Views: 1453

    ଭୁବନେଶ୍ୱର: ପୂର୍ବତନ ଲୋକସଭା ସାଂସଦ ତଥା ବିଜୁ ଜନତା ଦଳର ପୂର୍ବତନ ଜିଲ୍ଲା ସଭାପତି ଲକ୍ଷ୍ମଣ ଟୁଡୁ ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ଯୋଗଦେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତକାଲି ବିଜେଡି ରାଜ୍ୟସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଥିବା ଲକ୍ଷ୍ମଣ ଟୁଡୁ ବିଜେପି ଟୋପି ପିନ୍ଧିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । 

    ତେବେ ଶ୍ରୀ ଟୁଡୁ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିବାବେଳେ ଆଗକୁ କେଉଁ ଦଳରେ ଯୋଗଦେବେ ସେନେଇ ବିଚାର କରିବେ ବୋଲି କହିଛନ୍ତି । ତେବେ ଶ୍ରୀ ଟୁଡୁ ବିଜେପିରେ ଯୋଗଦେଲେ ତାଙ୍କୁ ସ୍ୱାଗତ କରାଯିବ ବୋଲି ବିଜେପି ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ବିଜେପିର ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ଅଛି ।

    ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଜନତା ଦଳରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଶ୍ରୀ ଟୁଡୁ ୧୯୯୪ ମସିହାରେ ଯୁବ ଜନତା ଦଳର ଉପସଭାପତି ହୋଇଥିଲେ । ୨୦୦୯ରେ ବିଜେଡିରୁ ଟିକଟ ପାଇ ଶ୍ରୀ ଟୁଡୁ ମୟୁରଭଞ୍ଜ ଲୋକସଭା ଆସନରୁ ସାଂସଦଭାବେ ନିର୍ବାଚିତ ହୋଇଥିଲେ । ମାତ୍ର ୨୦୧୪ ମସିହାରେ ବିଜେଡି ତାଙ୍କ ବଦଳରେ ରାମଚନ୍ଦ୍ର ହାଁସଦାଙ୍କୁ ଟିକଟ ଦେଇଥିଲା । ତେବେ ସେ ଦଳର ଜିଲ୍ଲା ସଭାପତିଭାବେ କାର୍ଯ୍ୟ କରୁଥିଲେ । ହଠାତ ତାଙ୍କୁ ପଦବୀରୁ ହଟାଇ ଦିଆଯାଇଥିଲା । ତାଙ୍କ ବଦଳରେ ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓଙ୍କୁ ଜିଲ୍ଲା ସଭାପତି ନିଯୁକ୍ତ କରାଯାଇଥିଲା । 
    ଶ୍ରୀ ଟୁଡୁ ତିନି ତିନି ଥର ଦଳର ଜିଲ୍ଲା ସଭାପତିଭାବେ କାର୍ଯ୍ୟ କରିଥିଲେ । ମାତ୍ର ଦଳୀୟ ଟିକଟରୁ ବଞ୍ଚିତ ହେବା ଓ ପରେ ଜିଲ୍ଲା ସଭାପତି ପଦରୁ ବିଦା ହେବା ପରେ ବିଜେଡିରେ ଏକ ପ୍ରକାର କୋଣଠେସା ହୋଇପଡ଼ିଥିଲେ । ବିଗତ କିଛି ଦିନ ହେବ ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନଥିଲା । 

    ତେବେ ଶ୍ରୀ ଟୁଟୁ ବିଜେପିରେ ଯୋଗଦେବା ନେଇ ଆଲୋଚନା ହେଉଛି । ଏନେଇ କିଛି ଅନପୌଚାରିକ ଆଲୋଚନା ହୋଇଥିବା ସୂଚନା ମିଳିଛି । 

    Maximum 500 characters

    ରାଜନୀତି View all

    Find Us on Facebook