Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

    Share on :
    Date: Oct 7, 2018    Views: 208

    ରାୟଗଡ଼ା: ଶୌଚାଳୟ ବାବଦ ବିଲ କରାଇ ଦେବା ପାଇଁ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ରାୟଗଡ଼ା ପୌରପରିଷଦ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ରଶ୍ମିରଞ୍ଜନ ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି 

    କନିଷ୍ଠ ଯନ୍ତ୍ରୀ ଶ୍ରୀ ବେହେରା ଠିକାଦାର ଏମ. ଅଶୋକଙ୍କ ଠାରୁ ୧୪ ଲକ୍ଷ ଟଙ୍କାର ଶୌଚାଳୟ ନିର୍ମାଣ କାର୍ଯ୍ୟ ବାବଦକୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେଉଥିବା ଟଙ୍କାକୁ ଝରକା ବାହାରକୁ ଫିଙ୍ଗି ଦେଉଥିବାବେଳେ ବିଳମ୍ବିତ ରାତିରେ ଭିଜିଲାନ୍ସ ହାତରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଜଣକ ଧରାପଡ଼ିଛନ୍ତି । 

    ଅନ୍ୟପଟେ ତାଙ୍କ କାର୍ଯ୍ୟାଳୟ ଓ ରାୟଗଡ଼ା ଉମାଶଙ୍କର ଟକିଜ ନିକଟସ୍ଥ ତାଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢଉ କରିଛି । ଘରେ ମଧ୍ୟ କିଛି ଟଙ୍କା ଜବତ କରାଯିବା ପରେ ଭିଜିଲାନ୍ସ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କରିଛି । 

    Maximum 500 characters

    ଆଂଚଳିକ View all

    Find Us on Facebook