Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅବସରପ୍ରାପ୍ତ ବିଚାରପତି, ପତ୍ନୀଙ୍କ ଆତ୍ମହତ୍ୟା

    Share on :
    Date: Oct 7, 2018    Views: 135

    ତିରୁପତି: ଆନ୍ଧପ୍ରଦେଶର ଜଣେ ଅବସରପ୍ରାପ୍ତ ବିଚାରପତି ପାମୁଲୁରୁ ସୁଧାକର ଓ ତାଙ୍କ ପତ୍ନୀ ବରଲକ୍ଷ୍ମୀଙ୍କ ମୃତଦେହ ତିରୁପତିସ୍ଥିତ ରେଳଧାରଣାରୁ ଉଦ୍ଧାର କରାଯାଇଛି । ଏହି ଦମ୍ପତି ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି ।  ସ୍ଥାନୀୟ ବାସିନ୍ଦା ତଥା ପୂର୍ବତନ ବିଚାରପତି ୬୫ ବର୍ଷ ବୟସ୍କ ସୁଧାକରଣଙ୍କ ମୃତଦେହକୁ ପ୍ରଥମେ ତିରୁପତି-ରେଣିଗୁଣ୍ଡା ରେଳଧାରଣାରୁ ଉଦ୍ଧାର କରାଯାଇଥିଲା ।

    ତେବେ ସ୍ୱାମୀଙ୍କ ଆତ୍ମହତ୍ୟା ଖବର ପାଇ ଧୈର୍ଯ୍ୟହରା ପତ୍ନୀ ବରଲକ୍ଷ୍ମୀ(୫୬) ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଉକ୍ତ ସ୍ଥାନରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ଟ୍ରେନ ସମ୍ମୁଖକୁ ସେ ଡେଇଁ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଛି । 

    ଜିଲ୍ଲା ବିଚାରପତି ଭାବେ ଅବସରଗ୍ରହଣ କରିଥିବା ସୁଧାକର ଦୀର୍ଘ ଦିନରୁ ବୃକକ ରୋଗରେ ଆକ୍ରାନ୍ତ ଥିଲେ । ଅସହ୍ୟ ଯନ୍ତ୍ରଣା କାରଣରୁ ଆତ୍ମହତ୍ୟାର ପଥ ଆପଣାଇ ନେଇଥିବା ସେ ତାଙ୍କ  ସୁଇସାଇଡ ନୋଟରେ ଲେଖିଛନ୍ତି । 

    Read more

    ପ୍ରେମୀ ଯୁଗଳଙ୍କ ଝଲନ୍ତା ମୃତଦେହ ଉଦ୍ଧାର

    ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଗୁମିଧରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପରସ୍ପରକୁ ପ୍ରେମ କରୁଥିବା ପ୍ରେମିକ ଓ ପ୍ରେମିକା ଗାଁ ନିକଟସ୍ଥ କାଜୁ ଜଙ୍ଗଲରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆଜି ଉଭୟଙ୍କ ଝୁଲନ୍ତା ମୃତଦେହ ଦେଖି ...

    Read more

    ପ୍ରେମ ପାଇଁ ବିଷ ପିଇଲେ!

    ରାଇରଙ୍ଗପୁର: ତିରିଂ ଥାନା ଖେସେଲଡିହି ଗ୍ରାମ ନିକଟ ଜଙ୍ଗଲରୁ ଜଣେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେମାନେ ପ୍ରେମ ଜନିତ କାରଣରୁ ବିଷ ପିଇ ଆତ୍ମହତ୍ୟା କରିଥିବା ସନେ୍ଦହ କରାଯାଉଛି । ମୃତଦେହକୁ ଜବତ କରି ତିରିଂ ପୁଲିସ ଘଟଣାର ତଦନ୍ତ କରୁଛି । 

    Read more

    ୧୦ ମହଲାରୁ ଡେଇଁ ଏସିପିଙ୍କ ଆତ୍ମହତ୍ୟା

    ନୂଆଦିଲ୍ଲୀ: ଗୁରୁବାର ଦିଲ୍ଲୀ ପୁଲିସ ମୁଖ୍ୟ କାର୍ଯ୍ୟାଳୟର ୧୦ ମହଲାରୁ ଡେଇଁ ଜଣେ ଏସିପି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁଯାୟୀ ଆତ୍ମହତ୍ୟା କରିଥିବା ଏସିପି ହେଉଛନ୍ତି ୫୩ ବର୍ଷୀୟ ପ୍ରେମ ବଲ୍ଲଭ । ତାଙ୍କ ମୃତଦେହ କାର୍ଯ୍ୟାଳୟର ...

    Maximum 500 characters

    ଦେଶ ବିଦେଶ View all

    Find Us on Facebook