Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାହୁଲ ଏବେ ଆରତୀ କରୁଛନ୍ତି, ଏହା ହିଁ ବିଜେପିର ବିଜୟ : ସ୍ମୃତି ଇରାନୀ

    Share on :
    Date: Oct 7, 2018    Views: 1423

    ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ଏବେ ମନ୍ଦିର ଯାଉଛନ୍ତି  । ଆରତୀ କରୁଛନ୍ତି  । ଏହା ହିଁ ବିଜେପିର ବିଜୟ  । ଏମିତି ଟିପ୍ପଣୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ  । 

    ସ୍ମୃତି କହିଛନ୍ତିଯେ, ଏକଦା ରାହୁଲ ହିନ୍ଦୁ ଆତଙ୍କବାଦ ଯୋଗୁଁ ଭୟଭୀତ ଅବସ୍ଥାରେ ଅଛନ୍ତି ବୋଲି କହୁଥିଲେ  । ଏମିତିକି ଭଗବାନ ରାମଙ୍କର ଅସ୍ତିତ୍ୱ ନଥିଲା ବୋଲି ସୁପ୍ରିମକୋର୍ଟରେ କଂଗ୍ରେସ ସତ୍ୟପାଠ ଦାଖଲ କରିଥିଲା  । ହେଲେ ଏବେ ସେହି ଦଳର ଆଭିମୁଖ୍ୟ ପୂରା ବଦଳି ଯାଇଛି  । ରାହୁଲ ଗାନ୍ଧୀ ଏବେ ବିଭିନ୍ନ ମନ୍ଦିର ଯାଉଥିବାବେଳେ ରାମ ନାମ ଜପ କରୁଛନ୍ତି  । ଆରତୀ ବି କରୁଛନ୍ତି  । ପରୋକ୍ଷରେ ଏହା ବିଜେପିର ବିଜୟ ବୋଲି ସେ କହିଛନ୍ତି  । ତେବେ ବର୍ଷ ବର୍ଷ ଧରି ହିନ୍ଦୁମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରି ଆସୁଥିବା କଂଗ୍ରେସ ଏବେ ହିନ୍ଦୁଙ୍କୁ ଭୋଟବ୍ୟାଙ୍କ ଭାବେ ବ୍ୟବହାର କରୁଛି  । ରାହୁଲ ହିନ୍ଦୁମାନଙ୍କୁ ଭୂତେଇବାକୁ ଉଦ୍ୟମ କରୁଛନ୍ତି ବୋଲି ଇରାନୀ କହିଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook