Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପୁରୀ ହିଂସା : କଂଗ୍ରେସ ଓ ବିଜେପି ନେତାଙ୍କ ନାମରେ ମାମଲା

    Share on :
    Date: Oct 7, 2018    Views: 1561

    ଭୁବନେଶ୍ୱର : ପୁରୀ ହିଂସାକାଣ୍ଡ ଘଟଣାକୁ ପୁଲିସ ବେଶ ଗୁରୁତର ସହ ଗ୍ରହଣ କରିଛି  । କାହା ପ୍ରରୋଚନାରେ ଏହି ହିଂସାକାଣ୍ଡ ଘଟିଥିଲା ତାକୁ ନେଇ ଛାନଭିନ ଆରମ୍ଭ କରିଛି ପୁଲିସ  । ଇତିମଧ୍ୟରେ ପୁଲିସ ୨୩ ଜଣଙ୍କୁ ଗିରଫ କରିଥିବାବେଳେ କେତେକ କଂଗ୍ରେସ ଓ ବିଜେପି ନେତାଙ୍କ ନାମରେ ମାମଲା ମଧ୍ୟ ରୁଜୁ କରିଛି  । ଗିରଫ ଭୟରେ କେତେକ ନେତା ଲୁଚିଥିବାବେଳେ ଏହି ଘଟଣାକୁ ନେଇ ପୁରୀର ରାଜନୀତିକ ମାହୋଲ ଉଷ୍ମ ହୋଇଯାଇଛି  ।

    ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ, ବରିଷ୍ଠ ଦଇତାପତି ତଥା ନଗର କଂଗ୍ରେସ ସଭାପତି ବିନାୟକ ଦାସ ମହାପାତ୍ର, ସେବାୟତ ତଥା ବିଜେପି ସମର୍ଥôତ କର୍ମୀ ସୋମନାଥ ଖୁଂଟିଆ, ସେବାୟତ ଦାମୋଦର ଦାସ ମହାପାତ୍ର, ସେବାୟତ ତଥା ବିଜେପି କର୍ମୀ ଭବାନୀ ଦାସ ମହାପାତ୍ର, ସେବାୟତ ଦାମୋଦର ମହାସୁଆର, ଗୋପାଳ ପଣ୍ଡା ଓ ଆଇନଜୀବୀ ପ୍ରସନ୍ନ ଦାଶଙ୍କ ଭଳି ଅନେକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି  ।

    ପୁଲିସର ଆଚରଣକୁ କିନ୍ତୁ ସହଜରେ ଗ୍ରହଣ କରିପାରିନି କଂଗ୍ରେସ  । ନେତାଙ୍କୁ ଯଦି ପୁଲିସ ଗିରଫ କରେ ତେବେ ଏହାର ତୀବ୍ର ପ୍ରତିବାଦ କରିବାକୁ ଚେତାବନୀ ଦେଇଛି  । 

    Maximum 500 characters

    ରାଜନୀତି View all

    Find Us on Facebook