Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୫ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷିତ, ଡିସେମ୍ବର ୧୧ରେ ଭାଗ୍ୟଫଳ

    Share on :
    Date: Oct 6, 2018    Views: 1927

    ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ରୂପୀ ଫାଇନାଲ ପୂର୍ବରୁ ସେମିଫାଇନାଲ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ମିଜୋରମ ଓ ତେଲେଙ୍ଗାନାରେ ଏବେ ରାଜନୈତିକ ଦଳ ଓ ରାଜନେତା ସେମିଫାଇନାଲ ଖେଳିବେ । ଏନେଇ ବିଗୁଲ ବାଜି ସାରିଛି ।  କାରଣ ସମ୍ପୃକ୍ତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଶନିବାର ଅପରାହ୍ନରେ ତାରିଖ ଘୋଷଣା କରାଯାଇଛି । ନିର୍ବାଚନ କମିଶନ ତାଙ୍କ ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ଅୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି । ତଦନୁଯାୟୀ ମଧ୍ୟପ୍ରଦେଶରେ ୨୮ ନଭେମ୍ବର, ମିଜୋରମରେ ୨୮ ନଭେମ୍ବର, ରାଜସ୍ଥାନ ଓ ତେଲେଙ୍ଗାନାରେ ଡିସେମ୍ବର ୭, ଛତିଶଗଡ଼ରେ ନଭେମ୍ବର ୧୨ ଓ ୨୦ରେ ନିର୍ବାଚନ ଅନୁଷ୍ଠିତ ହେବ ।

    -- ଛତିଶଗଡ଼ରେ ୨ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ନଭେମ୍ବର ୧୨ରେ ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଞ୍ଚଳରେ ଭୋଟ ଗ୍ରହଣ କରାଯିବ । ନକ୍ସଲ ପ୍ରଭାବିତ ୧୮ଟି ଆସନରେ ନଭେମ୍ବର ୧୨ରେ ଭୋଟ ଗ୍ରହଣ କରାଯିବ । ନଭେମ୍ବର ୨୦ରେ ବାକି ୭୨ଟି ଆସନରେ ଭୋଟ ଗ୍ରହଣ କରାଯିବ ।

    -- ସେହିପରି ମଧ୍ୟପ୍ରଦେଶ ଓ ମିଜୋରମରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ନଭେମ୍ବର ୨୮ରେ ମଧ୍ୟ ପ୍ରଦେଶ ଓ ମିଜୋରମରେ ଭୋଟ ଗ୍ରହଣ କରାଯିବ ।

    -- ରାଜସ୍ଥାନ ଓ ତେଲେଙ୍ଗାନାରେ ମଧ୍ୟ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଉଭୟ ରାଜ୍ୟରେ ଡିସେମ୍ବର ୭ରେ ଭୋଟ ଗ୍ରହଣ କରାଯିବ ।

    ତେବେ ଡିସେମ୍ବର ୧୧ରେ ସମସ୍ତ ୫ଟି ରାଜ୍ୟର ଭୋଟ ଗଣତି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

    ପ୍ରକାଶ ଯେ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ  ମିଜୋରମ ଭଳି ୪ଟି ରାଜ୍ୟର ବିଧାନସଭା କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଥିବାବେଳେ ଆଗୁଆ ନିର୍ବାଚନ ପାଇଁ ତେଲେଙ୍ଗାନା ସରକାର ଗତ ମାସରେ ବିଧାନସଭା ଭଙ୍ଗ କରିଥିଲେ । 

    ଉପରୋକ୍ତ ୫ଟି ରାଜ୍ୟ ମଧ୍ୟରୁ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ବିଜେପି ଶାସନ କ୍ଷମତାରେ ଥିବାବେଳେ ମିଜୋରମରେ କଂଗ୍ରେସ ସରକାର ଗଢିଥିଲା ।  ସେହିପରି ତେଲେଙ୍ଗାନାରେ କେ.ଚନ୍ଦ୍ରଶେଖଣ ରାଓଙ୍କ ଟିଆରଏସ ସରକାର ଗଢିଥିଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook