Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ତୈଳ ଦର ବୃଦ୍ଧି ଓ ହ୍ରାସ ନେଇ କୁହେଳିକା ସୃଷ୍ଟି କରୁଛି କେନ୍ଦ୍ର: ଶଶୀଭୂଷଣ

    Share on :
    Date: Oct 6, 2018    Views: 327

    ଭୁବନେଶ୍ୱର: କେନ୍ଦ୍ର ସରକାର ପ୍ରତି ଦିନ ତୈଳ ଦର ବୃଦ୍ଧି ଓ ହ୍ରାସକୁ ନେଇ ଦ୍ୱନ୍ଦ୍ୱ ଓ କୁହେଳିକା ସୃଷ୍ଟି କରୁଛନ୍ତି ।  ତେଲରୁ ଭାଟ ହ୍ରାସ ନେଇ ରାଜ୍ୟକୁ କେନ୍ଦ୍ରର ଅପିଲ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖି ଏହା କହିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ।

    ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ତେଲରୁ ଭାଟ ହ୍ରାସ ସମ୍ପର୍କିତ କେନ୍ଦ୍ରର ଅପିଲକୁ ନେଇ ତର୍ଜମା ଚାଲିଛି । ତର୍ଜମା ପରେ ନିଷ୍ପତ୍ତି ନିଆଯିବ । ତେବେ ୧୨ଟି ରାଜ୍ୟରେ ଓଡ଼ିଶା ଠାରୁ ଅଧିକ ଦାମରେ ପେଟ୍ରୋଲ ବିକ୍ରି ହେଉଛି । 
    ୨୦୧୪ରେ କେନ୍ଦ୍ର ଟିକସ ବାବଦକୁ ୯ଟଙ୍କା ୪୭ ପଇସା ନେଉଥିଲା । ଇତି ମଧ୍ୟରେ ୯ଥର ଦର ବୃଦ୍ଧି କରି ୧୯ ଟଙ୍କାରୁ ଅଧିକ ନେଲେଣି । ଏବେ ରାଜ୍ୟଗୁଡ଼ିକ ତୈଳରୁ ୯୬ ହଜାର କୋଟି ଟଙ୍କା ଟିକସ ପାଉଛନ୍ତି । ତେବେ କେନ୍ଦ୍ର ସରକାରର ତୈଳ ବାବଦ ଟିକସ ଅଢେଇ ଲକ୍ଷ କୋଟି  ନେଉଛନ୍ତି । 

    ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ବର୍ତ୍ତମାନ କେନ୍ଦ୍ରୀୟ ଟିକସ ହ୍ରାସ ଉପରେ କାହାର ଭାଗ କେତେ ସେ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ୧ଟଙ୍କା ୯୬ ପଇସା ହ୍ରାସ କରିଥିବାବେଳେ ରାଜ୍ୟର ୫୧ ପଇସା କମିଛି । ଆମେ ୫ ଟଙ୍କା ଟିକସ କମ କରିବା ପାଇଁ ଦାବି କରିଥିଲୁ । କେନ୍ଦ୍ର ୫ଟଙ୍କା କମାଇଥିଲେ ଆମେ ୧ଟଙ୍କା ୩୦ ପଇସା ଦେଇଥାନ୍ତୁ ବୋଲି ଶ୍ରୀ ବେହେରା କହିଛନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook