Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ନିର୍ମାଣ କୁସୁମ ଯୋଜନାର ଶୁଭାରମ୍ଭ କଲେ ନବୀନ ପଟ୍ଟନାୟକ

    Share on :
    Date: Oct 6, 2018    Views: 507

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ନିର୍ମାଣ ଶ୍ରମିକମାନଙ୍କ ପିଲାମାନଙ୍କ ବୈଷୟିକ ଶିକ୍ଷା ପଇଁ ନିର୍ମାଣ କୁସୁମ ଯୋଜନାର ଶୁଭାରମ୍ଭ କରିଛନ୍ତି ।  ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କ ପାଠ ପଢିବାର ସ୍ୱପ୍ନକୁ ପୂରଣ କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି । 
    ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସରକାରୀ କଲେଜରେ ଆଇଟିଆଇ, ପଲିଟେକନିକ ଓ ଡିପ୍ଲୋମା କରିବା ପାଇଁ ୧୦୦ ପ୍ରତିଶତ ଆର୍ଥିକ ସୁବିଧା ଦିଆଯିବ । ଏହି ଯୋଜନାରେ ଚଳିତ ବର୍ଷ ହିତାଧିକାରୀମାନଙ୍କ ପାସବୁକରେ ୧ କୋଟିରୁ ଅଧିକ ଟଙ୍କା ଜମା କରାଯାଇଛି । ନିର୍ମାଣ ଶ୍ରମିକଙ୍କ ଝିଅମାନଙ୍କ ଶିକ୍ଷା ପାଇଁ ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ସ୍ନାତକୋତ୍ତର ଶିକ୍ଷା ପର୍ଯ୍ୟନ୍ତ ପ୍ରତିସ୍ତରରେ ସହାୟତା ରାଶିର ପରିମାଣକୁ ୨୦ ପ୍ରତିଶତ ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ସହିତ ନିର୍ମାଣ ଶ୍ରମିକଙ୍କ ମୃତୁ୍ୟ କ୍ଷେତ୍ରରେ ସେମାନଙ୍କ ପରିବାରକୁ ସହାୟତା ରାଶିର ପରିମାଣକୁ ମଧ୍ୟ ଦୁଇଗୁଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । 

    ଏହି ଯୋଜନାରେ ଆଇଟିଆଇ ଶିକ୍ଷା ପାଇଁ ୨୩ ହଜାର ୬୦୦ ଟଙ୍କା ଓ ଡିପ୍ଲୋମା ଶିକ୍ଷା ପାଇଁ ୨୬ ହଜାର ୩୦୦ ଟଙ୍କାର ଆର୍ଥିକ ସୁବିଧା ପ୍ରଦାନ କରାଯାଉଛି । ୨୦୧୮-୧୯ ଶିକ୍ଷା ବର୍ଷ ପାଇଁ ୧୮୭୮ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ୧.୦୯ କୋଟି ଟଙ୍କାର ସହାୟତା ଜମା କରାଯାଇଛି ।  ସେହିପରି ନିର୍ମାଣ ଶ୍ରମିକଙ୍କ ସ୍ୱାଭାବିକ ମୃତୁ୍ୟ କ୍ଷେତ୍ରରେ ପରିବାରକୁ ସହାୟତା ରାଶିର ପରିମାଣକୁ ଏକ ଲକ୍ଷରୁ ଦୁଇ ଲକ୍ଷକୁ  ଏବଂ ଦୁର୍ଘଟଣାଜନିତ ମୃତୁ୍ୟ କ୍ଷେତ୍ରରେ ସହାୟତା ରାଶିର ପରିମାଣ ଦୁଇ ଲକ୍ଷରୁ ଚାରି ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

    ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ପ୍ରମୁଖ ସଚିବ, ଶ୍ରମ କମିଶନର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ, ବୈଷୟିକ ଶିକ୍ଷା ଓ ତାଲିମ ନିଦେ୍ର୍ଧଶକ ପ୍ରମୁଖ ଯୋଗଦେଇଥିଲେ । 

     

    Read more

    ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ନବୀନ

    ଭୁବନେଶ୍ୱର: ଚଳିତ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ ବିପୁଳ ପରିମାଣରେ ବିଜୟ ଲାଭ କରିଛି । ଦଳ ୧୧୨ଟି ଆସନରେ ବିଜୟ ଲାଭ କରିଛି । ସେହିଭଳି ଲୋକସଭାରେ ମଧ୍ୟ ବିଜେଡି ୧୨ଟି ଆସନ ହାତେଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କ୍ରମାଗତ ଭାବେ ୫ଥର ପାଇଁ ...

    Read more

    ବିଜେପି ନେତାଙ୍କ ପାଇଁ ଓଡ଼ିଶା ହକ ପାଉନି: ନବୀନ

    ଭୁବନେଶ୍ୱର: ବିଜେପି ନେତାଙ୍କ ପାଇଁ ଓଡ଼ିଶା ତା’ର ହକ ପାଇବାରୁ ବଞ୍ଚିତ ହୋିଛି । ଢେଙ୍କାନାଳ ନିର୍ବାଚନୀ ସଭାରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି ନେତାଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ୫ ମିନିଟର ...

    Read more

    କାହାକୁ କେଉଁ ଦାୟିତ୍ୱ ଦେଲେ ନବୀନ

    ଭୁବନେଶ୍ୱର: ବିଜେଡି ସୁମ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଫୁଲ୍ଲ ଘଡ଼ାଇଙ୍କୁ ଖୋର୍ଦ୍ଧା, ରଣପୁର ଓ ଚିଲିକା ନିର୍ବାଚନମଣ୍ଡଳୀ ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକଭାବେ ନିଯୁକ୍ତ କରିଛନ୍ତି ।

    ସେହିପରି ହିନେ୍ଦାଳ ପାଇଁ ରବିନାରାୟଣ ନନ୍ଦଙ୍କୁ ...

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook