Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ

    Share on :
    Date: Oct 6, 2018    Views: 189

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସଚିବାଳୟରେ ଭିଡିଓ କନଫରେନ୍ସିଂ ଜରିଆରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାଲେଶ୍ୱରରୁ ପ୍ରାୟ ଏକ ହଜାର ତୀର୍ଥଯାତ୍ରୀ ଆଗ୍ରା-ଫତେପୁର ସିକ୍ରି ଓ ମଥୁରା ଅଭିମୁଖେ ଯାତ୍ରା କରିଛନ୍ତି । 

    ଏହି ଅବସରରେ ତୀର୍ଥଯାତ୍ରୀମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କ ଯାତ୍ରାର ଶୁଭକାମନା କରିଥିଲେ । ବରିଷ୍ଠ ତୀର୍ଥଯାତ୍ରୀମାନେ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କର ଖୁସି ବ୍ୟକ୍ତି କରିଥିଲେ । ରାସବିଦ୍ୟାଧରପୁରର ଜନୈକ ମହିଳା ଅମ୍ବିକା ମହାନ୍ତି କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଏହି ଉପକାର ସେମାନେ କେବେ ବି ଭୁଲି ପାରିବେ ନାହିଁ ।

    ସୂଚନା ଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମରେର ବତ୍ତର୍ମାନ ବର୍ଷକୁ ୩ଟି ଟ୍ରେନରେ ପ୍ରାୟ ୩ ହଜାର ଯାତ୍ରୀ ତୀର୍ଥରେ ଯାଉଛନ୍ତି । ଚଳିତ ବର୍ଷ ଠାରୁ ଏହାକୁ ଦୁଇ ଗୁଣ କରାଯାଇ ୬ଟି ଟ୍ରେନରେ ୬ ହଜାର ଯାତ୍ରୀ ତୀର୍ଥଯାତ୍ରା କରିବେ । ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁରରୁ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଜାରି ରହିଛି । ଏହା ସହିତ ଚଳିତ ବର୍ଷ ବାଲେଶ୍ୱର ସହିତ ଟିଟିଲାଗଡ଼ ଓ ରାୟଗଡ଼ାରୁ ମଧ୍ୟ ତୀର୍ଥ ଯାତ୍ରୀମାନେ  ଟ୍ରେନ ଯୋଗେ ଯାତ୍ରା କରିବେ ।

    ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ତଥା ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ଓ ନିଦେ୍ର୍ଧଶକ ପ୍ରମୁଖ ଉପସ୍ଥିତ ଥିଲେ । ବାଲେଶ୍ୱରରେ ଶିଳ୍ପ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଉପସ୍ଥିତ ଥିଲେ । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook