ମୁଖ୍ୟ ଖବର
ଭୁବନେଶ୍ୱର: ଏବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନିର୍ବାଚନ ଲଢୁଛି । ନିରଞ୍ଜନ ପଟ୍ଟନାୟକ ଦଳର ନେତୃତ୍ୱ ନେଉଛନ୍ତି । ଏବଂ କଂଗ୍ରେସ ଜିତିଲେ ସରକାରର ନେତୃତ୍ୱ ନେବେ । ଏଭଳି କହିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ।
ଗତ ୩ ତାରିଖରୁ ବାଲେଶ୍ୱରରୁ ଆରମ୍ଭ ହୋଇଥିବା କଂଗ୍ରେସର ଜନଜାଗରଣ ଯାତ୍ରା ବାଲେଶ୍ୱରର ବିଭିନ୍ନ ଗାଁ ଗଣ୍ଡା ବୁଲିବା ପରେ ଆଜି ଜଳେଶ୍ୱର ଓ ଭୋଗରାଇ ବ୍ଲକ ପରିକ୍ରମା କରୁଛି । ଏହି ଅବସରରେ ନିଜର ପ୍ରତିକ୍ରିୟା ରଖି ଶ୍ରୀ ବିଶ୍ୱା କହିଛନ୍ତି ଯେ, ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ଜିତିଲେ ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସ ଦଳ ଆଗକୁ ଯାଉଛି । ଯାହା ନେତୃତ୍ୱରେ ଆଜି ଆମେ ନିର୍ବାଚନକୁ ଓହ୍ଲାଇଛୁ, ଯଦି ଆଗାମୀ ଦିନରେ କଂଗ୍ରେସ ସରକାରକୁ ଆସେ ତେବେ ସେ ଓଡ଼ିଶାର ନେତୃତ୍ୱ ନେବେ । ଏଥିସହ ସେ କହିଛନ୍ତି ଯେ, ଯଦିଓ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ବିଧାୟକଙ୍କ ଉପରେ ନିର୍ଭର କରୁଥିବାବେଳେ ସ୍ୱାଭାବିକ ଭାବେ ଯାହା ନେତୃତ୍ୱରେ ଆମେ ନିର୍ବାଚନ ଲଢୁଛୁ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ ।
Comments ସମସ୍ତ ମତାମତ 0