Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କଂଗ୍ରେସ ଜିତିଲେ ନିରଞ୍ଜନଙ୍କ ନେତୃତ୍ୱରେ ହେବ ସରକାର : ଚିରଞ୍ଜିବୀ ବିଶ୍ୱାଳ

    Share on :
    Date: Oct 5, 2018    Views: 2183

    ଭୁବନେଶ୍ୱର : କଂଗ୍ରେସ ଜିତିଲେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ହିଁ ସରକାର ଗଠନ ହେବ  । ଏକଥା କହିଛନ୍ତି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ  । କଂଗ୍ରେସର ଜନ ଜାଗରଣ ଯାତ୍ରା ଅବସରରେ ଚିରଞ୍ଜିବୀ ଏହା କହିଛନ୍ତି  । ଯାହାକୁ ନେଇ କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  ।

    ଜନ ଜାଗରଣ ଯାତ୍ରା ଅବସରରେ ଚିରଞ୍ଜିବୀ କହିଲେଯେ, ଲୋକଙ୍କ ସହ ମିଶିବା ଓ ତାଙ୍କର ସୁବିଧା ଅସୁବିଧା ଜାଣିବା ଲାଗି ଆମେ ପ୍ରୟାସ ଜାରି ରଖିଛୁ  । ଲୋକଙ୍କ ଆଶା ନିର୍ବାଚନ ଇସ୍ତାହାରରେ ପ୍ରତିଫଳିତ ହେବ  । ଲୋକମାନେ ଆମକୁ ଯଦି ଭୋଟ ଦିଅନ୍ତି ତେବେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ କରାଯିବ ବୋଲି ସେ କହିଛନ୍ତି  ।

    ସୂଚନାଯୋଗ୍ୟଯେ, ନିରଞ୍ଜନ ଏବେ ନିଜକୁ ପ୍ରୋଜେକ୍ଟ କରିବା ଆରମ୍ଭ କରିଛନ୍ତି  । ନୂତନ ଭାବେ ପିସିସି ସଭାପତି ଦାୟିତ୍ୱ ନେବାବେଳେ ସେ ନିଜର ଫଟୋ ରଖିବାକୁ ପସନ୍ଦ କରୁନଥିଲେ  । କିନ୍ତୁ ଧିରେଧିରେ ଏଥିରେ ଅନେକ ପରିବର୍ତନ ଆସିଲାଣି  । ଜନ ଜାଗରଣ ରଥରେ କେନ୍ଦ୍ରୀୟ ନେତାଙ୍କ ସହ ନିରଞ୍ଜନଙ୍କ ଫଟୋ ହିଁ ଲାଗିଛି  । ଫେସବୁକ ହେଉକି ହ୍ୱାଟସଆପରେ ନିରଞ୍ଜନ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରୁଥିବା ଦେଖିବାକୁ ମିଳୁଛି  ।

    Maximum 500 characters

    ରାଜନୀତି View all

    Find Us on Facebook