Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଆନ୍ଧ୍ର ବ୍ୟାଙ୍କ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

    Share on :
    Date: Oct 5, 2018    Views: 33

    ସମ୍ବଲପୁର: ଆନ୍ଧ୍ର ବ୍ୟାଙ୍କ, ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ‘ସ୍ୱଚ୍ଛତା ଶ୍ରମ ଦାନ’ ଏବଂ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏହି ଅବସରରେ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ ପରିସର ଏବଂ ବିଭିନ୍ନ ସର୍ବସାଧାରଣ ସ୍ଥାନଗୁଡ଼ିକ ଯଥା: ବସ୍ଷ୍ଟାଣ୍ଡ, ପରିବା ହାଟ, ପାର୍କ ଏବଂ ଦୋକାନଗୁଡ଼ିକର ପାଶ୍ୱର୍ବର୍ତୀ ଖୋଲା ସ୍ଥାନଗୁଡ଼ିକ ପରିଷ୍କାର ପରିଚ୍ଛନ୍ନ କରାଯାଇଥିଲା  । ଆଞ୍ଚଳିକ ପ୍ରବନ୍ଧକ ଦ୍ୱାରିକାନାଥ ନନ୍ଦ ଏବଂ ସମସ୍ତ କର୍ମଚାରୀମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା  । ଶ୍ରୀ ନନ୍ଦ ସ୍ୱଚ୍ଛତାର ଗୁରୁତ୍ୱ ଉପରେ ଆଲୋଚନା କରିବା ସହ ନିଜ ପରିବେଶକୁ ସଫାସୁତରା ରଖିବାକୁ ପରାମର୍ଶ ଦେଇଥିଲେ  । ଏହି ଅଭିଯାନ ମୁଖ୍ୟ ପ୍ରବନ୍ଧକ ଏଲ୍. ଏଲିଜାବେଥ୍ ରାଣୀ ଏବଂ ମୁଖ୍ୟ ପ୍ରବନ୍ଧକ ରାମଚନ୍ଦ୍ର ବେହେର ଦଳେଇଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା  ।

     

    Maximum 500 characters

    ଅର୍ଥନୀତି View all

    Find Us on Facebook