Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କଂଗ୍ରେସର ମୁଖ୍ୟ ଶତ୍ରୁ ବିଜେଡି: ପ୍ରଦୀପ ମାଝୀ

    Share on :
    Date: Oct 5, 2018    Views: 1965

    ଭୁବନେଶ୍ୱର: କେନ୍ଦ୍ରରେ ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି ଉଭୟ ଉଭୟଙ୍କର ବିରୋଧୀ ଦଳ ହୋଇଥିଲେ ହେଁ ଓଡ଼ିଶାରେ କଂଗ୍ରେସର ମୁଖ୍ୟ ବିରୋଧୀ ଦଳ ବିଜେଡି ବୋଲି କହିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଆଗାମୀ ନିର୍ବାଚନରେ ବିଜେଡି ସହ ହିଁ କଂଗ୍ରେସର ଟକ୍କର ହେବ । ପ୍ରତ୍ୟେକ ସ୍ଥାନରେ ବିଜେଡିକୁ ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ମାଝୀ । ବ୍ରହ୍ମପୁରରେ ଅନୁଷ୍ଠିତ କଂଗ୍ରେସର ଶିକ୍ଷା ଶିବିରରେ ସେ ଏହି କଥା ପ୍ରକାଶ କରିଛନ୍ତି । ଆଗାମୀ ସାଧାରଣ ନର୍ବାଚନ ପାଇଁ ବିଗୁଲ ବାଜିସାରିଛି ବୋଲି କହିଛନ୍ତି ଏଆଇସିସି ସଂପାଦକ ଅନୀଲ ଚୌଧୁରୀ  । ତେଣୁ ପ୍ରତ୍ୟେକ ନେତା ଏବଂ କାର୍ଯ୍ୟକର୍ତା ବର୍ତମାନଠାରୁ ନିଜକୁ ପ୍ରସ୍ତୁତ ରହିବାକୁ କହିଛନ୍ତି । ସେହିପରି ଟିକେଟ ବଂଟନ ପ୍ରସଙ୍ଗରେ ପ୍ରଦୀପ ମାଝୀ କହିଛନ୍ତି ଯେ ପ୍ରଥମେ ଦଳର ସଂଗଠନକୁ ମଜଭୁତ କରନ୍ତୁ । ଟିକେଟ ନେବା ବଦଳରେ ପ୍ରଥମେ ଦଳକୁ ସଂଗଠିତ କର । ଉଚିତ ଲୋକଙ୍କୁ ଉଚିତ ସ୍ଥାନରେ ଟିକେଟ ଦିଆଯିବ । ଏଥିପାଇଁ ଲବିର ଆବଶ୍ୟକତା ନାହିଁ । ନେତାଙ୍କ ବାୟୋଡାଟା ଉପରେ ପୁଙ୍ଖାନୁପୁଙ୍ଖ ତର୍ଜମା କରିବା ପରେ ତାଙ୍କୁ ଟିକେଟ ଦିଆଯିବ ବୋଲି କହିଛନ୍ତି ଶ୍ରୀ ମାଝୀ । ଉକ୍ତ ସଭାରେ ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଜେନା ଯୋଗଦେଇଥିଲେ । 

    Maximum 500 characters

    ରାଜନୀତି View all

    Find Us on Facebook