Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ‘ପିପୁଲ୍ସ ପଲ୍ସ’: ନବୀନଙ୍କ ସପକ୍ଷରେ ୫୨ ପ୍ରତିଶତ

    Share on :
    Date: Oct 5, 2018    Views: 2499

    ଭୁବନେଶ୍ୱର: ୨୦୧୯ ବିଧାନସଭା ନିର୍ବାଚନ ପାଇଁ ଓଡ଼ିଶାର ସବୁ ରାଜନୈତିକ ଦଳ ଅଣ୍ଟା ଭିଡ଼ିଲେଣି ।  କିଏ ନିର୍ବାଚନରେ ବାଜିମାତ ମାରିବ ସେ ନେଇ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ଅଙ୍କ କଷା ଆରମ୍ଭ କରିଛନ୍ତି । ଏମିତିକି କେତେ ଆସନରେ ବିଜୟ ହେବୁ, ସେନେଇ ଆସ୍ପର୍ଦ୍ଧା ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । ରାଜନୈତିକସ୍ତରରେ ୨୦୧୯କୁ ନେଇ ଚର୍ଚ୍ଚା ପର୍ଯ୍ୟାଲୋଚନା ଜାରି ରହିଥିବାବେଳେ କେତେକ ସର୍ଭେରେ ନବୀନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଅଭିହିତ କରାଯାଉଛି । 

     ଇଣ୍ଡିଆ ଟୁଡେ ପଲିଟିକାଲ ଷ୍ଟକ ଏକ୍ସଚେଞ୍ଜ(ପିଏସଇ)ର ସର୍ବେକ୍ଷଣ ପରେ ଆଉ ଏକ ସର୍ଭେ ଅନୁରୂପ ଭବିଷ୍ୟବାଣୀ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅର୍ଦ୍ଧାଧିକ ଓଡ଼ିଶାବାସୀ ପୁଣିଥରେ ରାଜ୍ୟରେ ଶାସନ ଡୋରି ଧରାଇବାକୁ ଆଗ୍ରହୀ ବୋଲି ହାଇଦ୍ରାବାଦ ସ୍ଥିତ ରାଜନୈତିକ ଗବେଷଣା ସଙ୍ଗଠନ ‘ପିପୁଲ୍ସ ପଲ୍ସ’ ପକ୍ଷରୁ କରାଯାଇଥିବା ସର୍ଭେରେ ସ୍ପଷ୍ଟ ହୋଇଛି । 
    ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ, ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ୫୧.୭% ଲୋକ ପୁଣି ଥରେ ମୁଖ୍ୟମନ୍ତ୍ରୀଭାବେ ଦେଖିବାକୁ ଚାହୁଁଛନ୍ତି । ଲୋକପ୍ରିୟତା ଦୃଷ୍ଟିରୁ ନବୀନଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀମାନେ ତାଙ୍କ ଠାରୁ ବହୁ ପଛରେ ଅଛନ୍ତି । 

    ଏହି କ୍ଷେତ୍ରରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ସପକ୍ଷରେ ୨୨.୮% ଭୋଟର ରହିଛନ୍ତି । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ମାତ୍ର ୧୫.୩% ଲୋକ ଚାହୁଁଛନ୍ତି । 

    ବିଜେଡି ୧୮ ବର୍ଷ ଶାସନରେ ରହିବା ପରେ ମଧ୍ୟ ଶାସକ ଦଳ ସପକ୍ଷରେ ୪୧.୮% ମତଦାତା ଅଛନ୍ତି । ଅନ୍ୟପକ୍ଷରେ ବିଜେପିକୁ ୨୩.୩% ଏବଂ କଂଗ୍ରେସକୁ ୨୧.୯% ଭୋଟର ପସନ୍ଦ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ନେଇ ୬୧.୫% ରାଜ୍ୟବାସୀ ସନ୍ତୁଷ୍ଟ ଥିବାବେଳେ ୩୦.୮% ଲୋକ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି ।  ନବୀନଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଓ ସୁଶାସନକୁ ୪୩%ରୁ ଉଦ୍ଧ୍ୱର୍ ଲୋକ ସେମାନଙ୍କ ପସନ୍ଦର ଆଧାର ବୋଲି କହିଛନ୍ତି । ସେହିପରି ୧୪.୭% ଲୋକ ରାଜ୍ୟରେ ନବୀନଙ୍କ ଦୃଢ ବିକଳ୍ପ ନାହିଁ ବୋଲି ମତ ଦେଇଛନ୍ତି । 

    ସେପ୍ଟେମ୍ବର ମଧ୍ୟଭାଗରେ ଓଡ଼ିଶାର ୨୨ ନିର୍ବାଚନ ମଣ୍ଡଳୀ(ମୋଟ ଆସନର ୧୫%)ରେ ସବୁ ଲିଙ୍ଗ, ଜାତି, ଧର୍ମ, ବୟସ ଓ ବୃତ୍ତିର ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା ।

    Maximum 500 characters

    ତାଜା ଖବର View all

    Find Us on Facebook