Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଏବେ ଠାରୁ ମହାନଦୀ ପାଣି ରୋକିଲାଣି ଛତିଶଗଡ଼

    Share on :
    Date: Oct 5, 2018    Views: 555

    ଭୁବନେଶ୍ୱର: ଏବେ ଠାରୁ ଛତିଗଡ଼ ସରକାର ମହାନଦୀ ପାଣିକୁ ରୋକିବାକୁ ଆରମ୍ଭ କଲାଣି । ମହାନଦୀ ଜଳ ପ୍ରବାହ ସମ୍ପର୍କରେ ହୀରାକୁଦ ମୁଖ୍ୟଯନ୍ତ୍ରୀ କହିଛନ୍ତି ଯେ,  ଗତ ୩୦ ତାରିଖରେ ଜଳ ସମ୍ପଦ ବିଭାଗର ଏକ ଟିମ ମହାନଦୀ ଜଳ ପ୍ରବାହ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ସମ୍ପୃକ୍ତ ଟିମ ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ଼ର ୬ଟି ବ୍ୟାରେଜ ବୁଲିଥିଲେ । ତେବେ ସେତେବେଳ ୬ଟି ବ୍ୟାରେଜର କୌଣସି ଗେଟ ବନ୍ଦ ହୋଇନଥିବା ସମ୍ପୃକ୍ତ ଟିମ ଦେଖିଥିଲେ । ତେବେ ଆଜି ୬ଟି ବ୍ୟାରେଜର ଅଧିକାଂଶ ଗେଟକୁ ବନ୍ଦ କରାଯାଇଥିବା ହୀରାକୁଦ ମୁଖ୍ୟଯନ୍ତ୍ରୀ କହିଛନ୍ତି ।

    ସେ କହିଛନ୍ତି ଯେ, କଲମା ବ୍ୟାରେଜର ୧୮ଟି ଗେଟକୁ ବନ୍ଦ କରାଯାଇଛି । ମିରୋନିର ୮୧ ଗେଟରୁ ମାତ୍ର ୬ଟି ଖୋଲା ରହିଛି ।  ବସନ୍ତପୁର ବ୍ୟାରେଜର ୮ଟି ଗେଟ ଖୋଲାଥିବାବେଳେ  ବାକି ସବୁ ବନ୍ଦ ରହିଛି । ସେହିପରି ସମୋଡ଼ା ବ୍ୟାରେଜର ୪୫ଟି ଗେଟକୁ ବନ୍ଦ କରାଯାଇଛି । 

    ଏହା ଦ୍ୱାରା ହୀରାକୁଦକୁ ଜଳ ପ୍ରବାହ କମୁଥିବା ହୀରାକୁଦ ମୁଖ୍ୟଯନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ହୀରାକୁଦକୁ ସେକେଣ୍ଡକୁ ମାତ୍ର ୧୨ ହଜାର ଘନଫୁଟ ଜଳ ପଶୁଥିବାବେଳେ ୧୬ ହଜାର ଘନଫୁଟ ଛଡ଼ାଯାଉଛି । ସେହିପରି ଉପରମୁଣ୍ଡରେ ବର୍ଷା କମିଥିବାବେଳେ ଅଣମୌସୁମୀରେ ଏହାର ପ୍ରଭାବ ପଡ଼ିବ ବୋଲି ହୀରାକୁଦ ମୁଖ୍ୟଯନ୍ତ୍ରୀ କହିଛନ୍ତି  ।

    Maximum 500 characters

    ତାଜା ଖବର View all

    Find Us on Facebook