Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ନଭେମ୍ବର ପ୍ରଥମ ସପ୍ତାହରୁ କାଉଂଟରରେ ମିଳିବ ବିଶ୍ୱକପ ହକି ଟିକେଟ

    Share on :
    Date: Oct 5, 2018    Views: 177

    ଭୁବନେଶ୍ୱର: ନଭେମ୍ବର ୨୮ ତାରିଖରୁ ଓଡ଼ିଶା ହକି ବିଶ୍ୱକପ । ବିଶ୍ୱକପର ୬ମାସ ପୂର୍ବରୁ ଅନଲାଇନରେ ଟିକେଟ ବିକି୍ର ଆରମ୍ଭ ହୋଇଥିଲେ ମଧ୍ୟ ନଭେମ୍ବର ପ୍ରଥମ ସପ୍ତାହରୁ କାଉଂଟରରୁ ଦର୍ଶକମାନେ ଟିକେଟ କିଣିପାରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ବିଶ୍ୱକପ ପାଇଁ ଅଫ୍ ଲାଇନ ଅଥବା କାଉଂଟରରେ ଟିକେଟ ନେବା ପାଇଁ ଦର୍ଶକ ଚାହିଁ ବସିରହିଛନ୍ତି । ନୂଆ ଷ୍ଟାଡିୟମର ଦର୍ଶକଙ୍କ କ୍ଷମତା ୧୫ହଜାରକୁ ବୃଦ୍ଧି କରାଯାଇଛି । ମାତ୍ର କେତେ ଟିକେଟ ଅନଲାଇନରେ ଆଉ କେତେ କାଉଂଟରରେ ବିକି୍ର ହେବ ସେ ବିଷୟରେ କିଛି ଆୟୋଜକ ସୂଚନା ଦେଇନାହାନ୍ତି । ଗ୍ଧସମଳରଗ୍ଧଶରଦ୍ଭସର.ସଦ୍ଭ ୱେବସାଇଟରେ ଟିକେଟ ମିଳୁଛି । ମ୍ୟାଚ ପାଇଁ ଟିକେର ସର୍ବନିମ୍ନ ମୂଲ୍ୟ ୧୦୦ ଟଙ୍କା ଏବଂ ସର୍ବାଧିକ ୨୫୦ ଟଙ୍କା ରଖାଯାଇଛି । ପୁଲ ଓ ନକଆଉଟ ପର୍ଯ୍ୟାୟରେ ଟିକେଟର ମୂଲ୍ୟ ଅଲଗା ଅଲଗା ରହିଛି । ପୁଲ ପର୍ଯ୍ୟନ୍ତରେ ପୂର୍ବ ଷ୍ଟାଣ୍ଡର ମୂଲ୍ୟ ୨୦୦ ଟଙ୍କା, ଉତର ଷ୍ଟାଣ୍ଡର ମୂଲ୍ୟ ୧୦୦ ଟଙ୍କା ଏବଂ ଦକ୍ଷିଣ ଷ୍ଟାଣ୍ଡର ମୂଲ୍ୟ ୧୦୦ ଟଙ୍କା ରହିଛି । ନକଆଉଟ ପର୍ଯ୍ୟାୟ ପାଇଁ ପୂର୍ବଷ୍ଟାଣ୍ଡର ମୂଲ୍ୟ ୨୫୦ ଟଙ୍କା, ଉତର ଷ୍ଟାଣ୍ଡର ମୂଲ୍ୟ ୧୫୦ ଏବଂ ଦକ୍ଷିଣ ଷ୍ଟାଣ୍ଡର ମୂଲ୍ୟ ମଧ୍ୟ ୧୫୦ ଟଙ୍କା ରଖାଯାଇଛି । ୨୭ ତାରିଖରେ କଳିଙ୍ଗ ଆଥଲେଟିକ ଷ୍ଟାଡିୟମରେ ବିଶ୍ୱକପର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ପୁରୀ ବେଳାଭୂମି, ରାଉରକେଲା, ଭୁବନେଶ୍ୱରର ଜନତା ମଇଦାନ, କିଟ, ଏକାମ୍ର ହାଟ ଓ ୟୁନିଟ ୧ ମାର୍କେଟରେ ବଡ଼ ଏଲିଡ ସ୍କି୍ରନ ମାଧ୍ୟମରେ ଉଦଘାଟନୀ ଉତ୍ସବର ସିଧା ପ୍ରସାରଣ ହେବ । 

    Maximum 500 characters

    ଖେଳ ଖବର View all

    Find Us on Facebook