Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପୃଥ୍ୱୀ ଶ’ଙ୍କ ଦମଦାର ଶତକ

    Share on :
    Date: Oct 4, 2018    Views: 277

    ନୂଆଦିଲ୍ଲୀ: ଗୁଜୁରାଟର ରାଜକୋଟରେ ଗୁରୁବାର ଠାରୁ ଆରମ୍ଭ ହୋଇଛି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ । ଏଥିରେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ମୁମ୍ବାଇର ବ୍ୟାଟଶଂ ବିସ୍ମୟ ପୃଥ୍ୱୀ ଶ’ ଦମଦାର ଶତକ ହାସଲ କରିଛନ୍ତି । ପଦାର୍ପଣ ମ୍ୟାଚରେ ସେ ଏହି ଶତକ ହାସଲ କରିଛନ୍ତି । ସେ ୯୯ଟି ବଲରୁ ଶତକ ହାସଲ କରିଛନ୍ତି । ଏଥି ମଧ୍ୟରୁ ୧୫ଟି ଚୌକା ରହିଛି । ସେ ୫୬ ବଲରେ ୫୦ ରନ କରିଥିଲେ ।

    ନିଜ ଜୀବନର ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଥିବା ୧୯ ବର୍ଷୀୟ ଭାରତୀୟ ଓପନର ପୃଥ୍ୱୀ ପଦାର୍ପଣ ମ୍ୟାଚରେ ଶତକ ଅର୍ଜନ କରି ଏଲିଟ ଗ୍ରୁପରେ ନିଜ ନାମ ଲେଖାଇଛନ୍ତି । ପଦାର୍ପଣ ମ୍ୟାଚରେ ଶତକ ଅର୍ଜନ କରିବାରେ  ପୃଥ୍ୱୀ ଭାରତର ୧୫ତମ ଖେଳାଳି । ସେହିପରି ଟେଷ୍ଟ ମ୍ୟାଚରେ ଦ୍ରୁତତମ ଶତକ ହାସଲ କରିବାରେ ମଧ୍ୟ ପୃଥ୍ୱୀ ତୃତୀୟ ଖେଳାଳି । ସଚିନ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ କନିଷ୍ଠ ଖେଳାଳିଭାବେ ଟେଷ୍ଟ ଶତକ ହାସଲ କରିବାରେ ପୃଥ୍ୱୀ ମଧ୍ୟ ବିରଳ କୃତିତ୍ୱର ଅଧିକାରୀ ହୋଇପାରିଛନ୍ତି । 

    ଅନ୍ୟପକ୍ଷରେ ଚେତେଶ୍ୱର ପୂଜାରା ଅର୍ଦ୍ଧଶତକ ହାସଲ କରି କ୍ରିଜରେ ଅଛନ୍ତି । 

    Maximum 500 characters

    ଖେଳ ଖବର View all

    Find Us on Facebook