Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ବେଦାନ୍ତ ପକ୍ଷରୁ ନିଃଶୁଳ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର

    Share on :
    Date: Oct 1, 2018    Views: 99

    ଲାଂଜିଗଡ଼: ବେଦାନ୍ତ କମ୍ପାନୀ ପକ୍ଷରୁ ମାଗଣା ମୋତିଆବିନ୍ଦୁ ଅସ୍ତ୍ରୋପଚାର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ବେଦାନ୍ତ ଡାକ୍ତରଖାନା, ସହକାରୀ ସ୍ୱାସ୍ଥ୍ୟସେବା ସଂସ୍ଥା ପୁନରୁତ୍ଥାନ ଓ ସୋନପୁରସ୍ଥିତ ଲେପ୍ରା ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ସହଭାଗିତାରେ ଲାଂଜିଗଡ଼ ତଥା ନିକଟସ୍ଥ ବେଲମ୍ବା, ଚଣାଲିମା, ହରେକୃଷ୍ଣପୁର ଆଦି ୧୫ଟି ଗ୍ରାମର ୩୬ଜଣ ନେତ୍ର ରୋଗୀଙ୍କୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇ ସୋନପୁରସ୍ଥିତ ଲେପ୍ରା ମହାନଦୀ ନେତ୍ର ଚିକିତ୍ସାଳୟକୁ ପଠାଯାଇଛି । ସେଠାରେ ରୋଗୀଙ୍କ ଆବଶ୍ୟକୀୟ ପରୀକ୍ଷା କରାଯାଇ ଅସ୍ତ୍ରୋପଚାର କରାଯିବ ବୋଲି ବେଦାନ୍ତ ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି । ବେଦାନ୍ତ ଲାଂଜିଗଡ଼ର ବାହ୍ୟ ସଂପର୍କ ତଥା ବ୍ୟବସ୍ଥାପକ ନିଦେ୍ର୍ଧଶକ ସଂଜୀବ କୁମାର ତଥା ପ୍ରାଦ୍ୟୋଗିକ ନିଦେ୍ର୍ଧଶକ ଫିଲିପ କ୍ୟାମ୍ପବେଲ ସମ୍ମାନିତ ଅତିଥି ଭାବେ ଯୋଗଦଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଡ. ଅକ୍ଷୟ ସାହୁ, ମିସବାହ ଉଦ୍ଧିନଖାନ, ଡ. ସରୋଜକାନ୍ତ ମିଶ୍ର, ଡ. ଭୁବନ ମେହେର, ଡ. ଗୌତମ ଜେନା ରୋଗୀଙ୍କ ପରିବାରବର୍ଗ ତଥା କମ୍ପାନୀ ଏବଂ ବେଦାନ୍ତ ଡାକ୍ତରଖାନାର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । 

    Maximum 500 characters

    ଅର୍ଥନୀତି View all

    Find Us on Facebook