Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ନିଦେ୍ର୍ଧଶକଙ୍କ ଏନ୍ଟିପିସି ପ୍ଲାଂଟ ପରିଦର୍ଶନ

    Share on :
    Date: Oct 1, 2018    Views: 99

    କଣିହାଁ: ଏନଟିପିସି ଲିମିଟେଡର ନିଦେ୍ର୍ଧଶକ (ବୈଷୟିକ) ପ୍ରଶାନ୍ତ କୁମାର ମହାପାତ୍ର ଏନଟିପିସି, କଣିହାଁ ପ୍ଲାଂଟ ପରିଦର୍ଶନ କରିଛନ୍ତି । ନିଦେ୍ର୍ଧଶକ ଶ୍ରୀ ମହାପାତ୍ର ଶନିବାର ଏନଟିପିସି କଣିହାଁ ପରିଦର୍ଶନରେ ଆସିଥିଲେ । ଶ୍ରୀ ମହାପାତ୍ର ଏନଟିପିସିରେ ପହଁଚିବା ସମୟରେ ଏନଟିପିସି, କଣିହାଁର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ସଂଜୀବ କିଶୋର ଏବଂ ବରିଷ୍ଠ ଅଧିକାରୀଗଣ ତାଙ୍କୁ ସ୍ୱାଗତ ଜଣାଇଥିଲେ । ପରିଦର୍ଶନ ସମୟରେ ଶ୍ରୀ ମହାପାତ୍ର ପ୍ଲାଟଂ ଭିତରେ ଥିବା ବିଷ୍ଣୁ ମୂର୍ତି ଦର୍ଶନ, ଷ୍ଟେଜ-୨ କଂଟ୍ରୋଲ ରୁମ, ମଡେଲ ରୁମ ଇତ୍ୟାଦି ବୁଲି ଦେଖିଥିଲେ ।ପରେ କଂଟ୍ରୋଲ ରୁମରେ ଶ୍ରୀ ମହାପାତ୍ର ପ୍ଲାଟଂର ବୈଷୟିକ ବିଭାଗ ସଂପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରେ ଶ୍ରୀ ମହାପାତ୍ର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ସମୀକ୍ଷା ବେଳେ ଶ୍ରୀ ମହାପାତ୍ର ପ୍ଲାଟଂର ସଫଳ ନିମିତ ବିଭିନ୍ନ ମତ ପ୍ରଦାନ କରିବାସହ ପ୍ଲାଟଂର ବିଭିନ୍ନ ମୁଖ୍ୟ ଓ ଜଟିଳ ସମସ୍ୟା ଉପରେ ଆଲୋଚନା କରିଥିଲେ । 

    Maximum 500 characters

    ଅର୍ଥନୀତି View all

    Find Us on Facebook