Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଏନଟିପିସି ପକ୍ଷରୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର

    Share on :
    Date: Oct 1, 2018    Views: 89

    ତାଳଚେର: ତାଳଚେର କଣିହାଁ ସ୍ଥିତ ଏନଟିପିସି ପକ୍ଷରୁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ପାରିପାଶ୍ୱର୍ିକ ଉନ୍ନୟନ ଯୋଜନା ଅନୁଯାୟୀ ଏନଟିପିସି ପକ୍ଷରୁ କଣିହାଁସ୍ଥିତ ବଡ଼ହିରା ଠାରେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।  ପ୍ରକାଶ ଯେ, ସମ୍ପୃକ୍ତ ଗ୍ରାମରେ ଅଧିକାଂଶ ଗ୍ରାମବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ଏନଟିପିସି ପକ୍ଷରୁ ଏହି ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିବାବେଳେ ଏଥିରେ ପାଖାପାଖି ୫୮ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

    ଡାକ୍ତର ଆର.କେ ରଙ୍ଗନାଥନ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ବଣ୍ଟନ କରିଥିଲେ । ଏହି ଅବସରରେ ଏନଟିପିସିର ଡିଜିଏମ(ଏଚଆର) ଜାକିର ଖାନ, ବରିଷ୍ଠ ମ୍ୟାନେଜର(ଏଚଆର) ରାଜେନ୍ଦ୍ର ବେହେରା ଓ ବିଷ୍ମଦେବ ନାଏକଙ୍କ ସମେତ ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । 

    Maximum 500 characters

    ଅର୍ଥନୀତି View all

    Find Us on Facebook