Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ସରକାର ସହାୟତା ଦେଲେ ଗାଁରେ ଦୂତି ଖୋଲିବେ ଡାକ୍ତରଖାନା

    Share on :
    Date: Oct 1, 2018    Views: 95

    ଭୁବନେଶ୍ୱର: ଦୂତି ଚାନ୍ଦ । ଘର ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଚକଗୋପାଳପୁରରେ । ସେ ନିଜ ଗାଁରେ ଏକ ଡାକ୍ତରଖାନା ଖୋଲିବାକୁ ଚାହୁଁଛନ୍ତି । ଯଦି ସରକାର ଏ ଦିଗରେ ସହଯୋଗ କରନ୍ତେ ତେବେ ତାଙ୍କ ଗାଁ ଲୋକ କିମ୍ବା ଆଖପାଖର ଗାଁ ଲୋକେ ଉପକୃତ ହୁଅନ୍ତେ ବୋଲି କହିଛନ୍ତି । ଏକ ଘରୋଇ ଅନୁଷ୍ଠାନ ଡାକ୍ତରଖାନା ନିମନ୍ତେ କୋଠା ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଯଦି ରାଜ୍ୟ ସରକାର ଡାକ୍ତରଖାନା ପାଇଁ ଜମି ଏବ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇଦିଅନ୍ତେ ତେବେ ମୋ ଗାଁ ଲୋକ ତୁରନ୍ତ ଚିକିତ୍ସା ପାଇ ପାରନ୍ତେ । 
    ସୂଚନାଯୋଗ୍ୟ, ଓଡ଼ିଆ ଅଲିମ୍ପିଆନ ଦୂତି ଚାନ୍ଦ ନିକଟରେ ଜାକର୍ତା ଏସିିଆଡରେ ୧୦୦ ଓ ୨୦୦ ମିଟରରେ ଡବଲ ରୌପ୍ୟ ଜିତି ଦେଶ ପାଇଁ ଇତିହାସ ରଚିଥିଲେ । ତାଙ୍କ ସଫଳତାରେ ଖୁସି ହୋଇ ରାଜ୍ୟ ସରକାର ୩ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । କିଛିଦିନର ବିଶ୍ରାମ ପରେ ଦୂତି ୨୦୨୦ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ଆରମ୍ଭ କରିବେ । 

    Maximum 500 characters

    ଖେଳ ଖବର View all

    Find Us on Facebook