Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଟଙ୍କା ଉଠାଣ ସୀମାକୁ କମାଇଲା ଏସବିଆଇ

    Share on :
    Date: Oct 1, 2018    Views: 425

    ଭୁବନେଶ୍ୱର: ହଠାତ ୪୦ ହଜାର ଟଙ୍କା ଦରକାର । କ’ଣ କରିବେ  । ବ୍ୟାଙ୍କକୁ ଯିବାକୁ ବା ସେଠାରେ ଲାଇନ ଲଗାଇ ଛିଡ଼ା ହେବାକୁ ସମୟ ନାହିଁ । ଏଟିଏମ ଚାଲ । ଟଙ୍କା ଉଠାଅ । ରହି ଯାଆନ୍ତୁ.....  । ଯଦି ଆପଣଙ୍କ ପାଖରେ ଏସବିଆଇ ଏଟିଏମ ଅଛି ତେବେ ଆପଣ ଏକାବେଳେ ୪୦ ହଜାର ଟଙ୍କା ଉଠାଇବା କଥା ଏଥର ଭୁଲିଯାଆନ୍ତୁ । କାରଣ ଏଟିଏମରୁ ଦୈନିକ ଟଙ୍କା ଉଠାଣ ସୀମାକୁ ଏସବିଆଇ କମାଇ ଦେଇଛି । 

    ଏଣିକି ଜଣେ ଦୈନିକ ସର୍ବାଧିକ ୨୦ ହଜାର ଟଙ୍କା ଉଠାଇ ପାରିବେ । ପୂର୍ବରୁ ଦିନକୁ ୪୦ ହଜାର ଟଙ୍କା ଉଠାଇ ହେଉଥିବାବେଳେ ଏସବିଆଇ ଏହା ଉପରେ ରୋକ ଲଗାଇଛି ।

    ଏଣିକି ଦିନକୁ କେବଳ ୨୦ ହଜାର ଟଙ୍କା ଉଠାଇ ହେବ । ଆସନ୍ତା ଅକ୍ଟୋବର ୩୧ ତାରିଖରୁ ଏହି ନୂଆ ନିୟମ ଲାଗୁ ହେବ ।

    Maximum 500 characters

    ଅର୍ଥନୀତି View all

    Find Us on Facebook