Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଅକ୍ଟୋବର ୨ରୁ ଇଷ୍ଟ ଜୋନ ବ୍ୟାଡ଼ମିଂଟନ ଚମ୍ପିଆନସିପ୍

    Share on :
    Date: Sep 30, 2018    Views: 311

    ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୨ରୁ ଭୁବନେଶ୍ୱରରେ ଆରମ୍ଭ ହେବ ଇଷ୍ଟ ଜୋନ ବ୍ୟାଡ଼ମିଂଟନ ଚମ୍ପିଆନସିପ୍  । ଏହି ଅନ୍ତଃରାଜ୍ୟ ଚମ୍ପିଆନସିପ୍ ଅକ୍ଟୋବର ୫ ପର୍ଯ୍ୟନ୍ତ ଚାଲିବ  । ଶହୀଦନଗର ସାଇ ଏକାଡେ଼ମୀର ଇଣ୍ଡୋର ହଲରେ ହେବାକୁ ଥିବା ଏହି ଚମ୍ପିଆନସିପରେ ଉତରପ୍ରଦେଶ, ଉତରାଖଣ୍ଡ, ଝାରଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଓଡ଼ିଶା ଭଳି ୬ଟି ରାଜ୍ୟର ଖେଳାଳୀ ଅଂଶଗ୍ରହଣ କରିବେ ବୋଲି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ମହାନ୍ତି କହିଛନ୍ତି  ।

    ସେ କହିଛନ୍ତିଯେ, ଏହି ଚମ୍ପିଆନସିପରେ ୧୨୦ ଜଣ ଜାତୀୟ ଓ ରାଜ୍ୟସ୍ତରୀୟ ଖେଳାଳୀ ଅଂଶଗ୍ରହଣ କରିବେ  । ସିନିୟରସ୍ତରର ଉଭୟ ପୁରୁଷ ଓ ମହିଳା ବର୍ଗ ଏବଂ ୧୯ ବର୍ଷରୁ କମ୍ ଜୁନିଅରସ୍ତରରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଖେଳାଳୀମାନେ ପ୍ରତିନିଧିତ୍ୱ କରିବେ  । ବ୍ୟାଡ଼ମିଂଟନ ଆସୋସିଏସନ ଅଫ ଇଣ୍ଡିଆର ୧୦ ଅଧିକାରୀ, ୬ ଟିମ ମ୍ୟାନେଜର, କୋଚମାନେ ଏହି ଚମ୍ପିଆନସିପର ସୁପରିଚାଳନା କରିବେ ବୋଲି ସୂଚନା ଦେଇଛନ୍ତି  ।

    Maximum 500 characters

    ଖେଳ ଖବର View all

    Find Us on Facebook