Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଜେଏସପିଏଲକୁ ଉକ୍ରଳ ଉକ୍ରର୍ଷ ସିଏସଆର୍ ସମ୍ମାନ

    Share on :
    Date: Sep 29, 2018    Views: 191

    ଭୁବନେଶ୍ୱର : ଅନୁଗୁଳ ଜିଲ୍ଲାରେ ସମନ୍ୱିତ ଜଳଛାୟା ପ୍ରକଳ୍ପ ଦ୍ୱାରା ପ୍ରାକୃତିକ ସଂପଦ ପରିଚାଳନା ନିମନ୍ତେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲି (ଜେଏସପିଏଲ)କୁ ଉକ୍ରଳ ଉକ୍ରର୍ଷ ସିଏସଆର୍ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱର ଠାରେ ଆୟୋଜିତ ଉକ୍ରଳ ସିଏସଆର୍ ସମିଟ୍ରେ ମାନ୍ୟବର ସାଂସଦ ଡଃ ପ୍ରଶନ୍ନ କୁମାର ପାଟ୍ଟସାଣୀ ଏହି ପୁରସ୍କାର ପ୍ରଦାନ କରିଥିଲେ । ଜେଏସପିଏଲ ସିଏସଆର ବିଭାଗ ସଦସ୍ୟ ମାନଙ୍କୁ ଅଭିନନ୍ଦନ ଜଣାଇ କଂପାନୀର ଗ୍ରୁପ ସିଏସଆର ମୁଖ୍ୟ  ପ୍ରଶାନ୍ତ କୁମାର ହୋତା କହିଥିଲେ ଯେ, ଜନସାଧାରଣଙ୍କ ବିକାଶ ଓ ପରିବେଶ ସୁରକ୍ଷା ନିମନ୍ତେ ଜଳଛାୟା ପ୍ରକଳ୍ପ ଏକ ଆଦର୍ଶ କାର୍ଯ୍ୟକ୍ରମ । ପରିବେଶ ଓ ପ୍ରାକୃତିକ ସଂପଦ ପରିଚାଳନା କ୍ଷେତ୍ରରେ ଆହୁରି ଅଧିକ କାର୍ଯ୍ୟକରିବା ନିମନ୍ତେ ଏହି ପୁରସ୍କାର ଆମକୁ ପ୍ରୋତ୍ସାହିତ କରିବ ।

    ଜେଏସପିଏଲ ପକ୍ଷରୁ ଏହାର ଏଜିଏମ (କର୍ପୋରେଟ୍ ସିଏସଆର) ନିହାରିକା ସାହୁ, ସୁଚିତା ହୋରୋ ଓ ମୈତ୍ରେୟୀ ମିଶ୍ରଙ୍କ ସହିତ ଏହି ପୁରସ୍କାର ଗ୍ରହଣ କରିଥିଲେ ।

    ଏଠାରେ ସୁଚନାଯୋଗ୍ୟ ଯେ, ନାବାର୍ଡ ସହଯୋଗରେ ଜେଏସପିଏଲ ପକ୍ଷରୁ ଅନୁଗୁଳ ଜିଲ୍ଲାରେ ସମନ୍ୱିତ ଜଳଛାୟା ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି  ।  ଏହି ପ୍ରକଳ୍ପ ଅଧିନରେ ୪୦୦୦ ଏକର କ୍ଷେତ୍ରରେ ଉପରମୁଣ୍ଡରୁ ତଳ ଅଂଚଳ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହାଦ୍ୱାରା ୨୫୦୦ରୁ ଅଧିକ ପରିବାର ଉପକୃତ ହୋଇ ପାରିଛନ୍ତି  । 

     

    Read more

    ଓଡିଶାରେ ତାର ପୁଞ୍ଜିନିବେଶକୁ ୧୦୦୦୦୦ କୋଟି ଟଙ୍କାକୁ ବୃଦ୍ଧି କରିବ ଜେଏସପିଏଲ

    • ସମର୍ଥନ ଓ ସହଯୋଗ ନିମନ୍ତେ ଓଡିଶାବାସୀ ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ଶ୍ରୀ ନବୀନ ଜିନ୍ଦଲ

    • ଅନୁଗୁଳ ଇସ୍ପାତ କାରଖାନାର କ୍ଷମତା ବାର୍ଷିକ ୬ ନିୟୁତ ଟନ୍ରୁ ୨୦ ନିୟୁତ ଟନ୍କୁ ବୃଦ୍ଧି କରିବ ଜେଏସପିଏଲ

    • ଅନୁଗୁଳରେ ଘରୋଇ ଶିଳ୍ପ ପାର୍କ ...

    Read more

    ଜେଏସପିଏଲକୁ ସିଏସଆର ଇମ୍ପାକ୍ଟ ସମ୍ମାନ

    ନୂଆଦିଲ୍ଲୀ/ଭୁବନେଶ୍ୱର: ନିଜର ସିଏସଆର କାର୍ଯ୍ୟକ୍ରମ ଅଧୀନରେ ପ୍ରାକୃତିକ ସଂପଦ ପରିଚାଳନା ପ୍ରକଳ୍ପ ନିମନ୍ତେ ଜିନ୍ଦଲ ଷ୍ଟିଲ ଓଣ୍ଡ ପାୱାର ଲିମିଟେଡ୍ (ଜେଏସପିଏଲ)କୁ ପରିବେଶ ଶ୍ରେଣୀରେ ସମ୍ମାନଜନକ ୫ମ ସିଏସଆର ଇମ୍ପାକ୍ଟ ପୁରସ୍କାର ପ୍ରଦାନ କରାଯାଇଛି । ...

    Read more

    ଇଣ୍ଡିଆ ସିଏସଆର ଲିଡରସିପ ସମିଟରେ ଜେଏସପିଏଲ ସମ୍ମାନୀତ

    ଭୂବନେଶ୍ୱର : ରାୟପୁର ଠାରେ ଅନଷ୍ଠିତ ଇଣ୍ଡିଆ ସିଏସଆର ଲିଡରସିପ ସମିଟ୍ରେ ଜେଏସପିଏଲକୁ ସିଏସଆର ପ୍ରୋଜେକ୍ଟ ଅଫ୍ ଦ ଡିକେଡ୍ ୨୦୧୮ ସମ୍ମାନରେ ସମ୍ମାନୀତ କରାଯାଇଛି  । ଜେଏସପିଏଲ ରାୟଗଡର ମୂଖ୍ୟ ପ୍ରଦିପ ଟଣ୍ଡନ୍ ଛତିଶଗଡର ଜଳସଂପଦ ଓ କୃଷି ମନ୍ତ୍ରୀ ...

    Maximum 500 characters

    ଅର୍ଥନୀତି View all

    Find Us on Facebook