Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗୁରୁବାର ଠାରୁ ରାଜ୍ୟରେ ଚାଲିବ ଘରୋଇ ବସ

ବରଗଡ଼: ମେଳଛାମୁଣ୍ଡା ଥାନା ସୁକଲତରମା ଜଙ୍ଗଲରେ ମାଓବାଦୀ- ଡିଭିଏଫ ଗୁଳି ବିନିମୟ

ଶିକ୍ଷକଙ୍କୁ ଆକ୍ରମଣ କଲେ ବରଦାସ୍ତ କରାଯିବନି: ମନ୍ତ୍ରୀ

ଗୁରୁବାର କଂଗ୍ରେସର ‘ସ୍ପିକ ଅଫ ଇଣ୍ଡିଆ’

ଭଦ୍ରକ: ବିଦୁ୍ୟତ ତାର ସଂସ୍ପର୍ଶରେ ୫ ବର୍ଷର ଶିଶୁ କନ୍ୟା ମୃତ

ପୁରୀ: ଦଇତାପତିଙ୍କ ହେଲା କରୋନା ଟେଷ୍ଟ

ଅଭିନେତା ବିଜୟ ମହାନ୍ତି ଅସୁସ୍ଥ, ଆଇସିୟୁରେ ଭର୍ତ୍ତି

ଆଜି ୧୦ ଜିଲ୍ଲାରୁ ୭୬ କରୋନା ପଜିଟିଭ ଚିହ୍ନଟ

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କଳାହାଣ୍ଡି ଆମ ବିକାଶର ଏକ ମଡେ଼ଲ : ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Sep 29, 2018    Views: 589

    କୃଷି ମହାବିଦ୍ୟାଳୟରେ ଆରମ୍ଭ ହେବ ୫ ପିଜି ପାଠ୍ୟକ୍ରମ 
    ଖୁବଶୀଘ୍ର ଭବାନୀପାଟଣାରେ ହେବ ମେଡ଼ିକାଲ କଲେଜ ଓ ହସପିଟାଲ

    ଭୁବନେଶ୍ୱର : ସାମାଜିକ ଓ ଭିତିଭୂମି ଉନ୍ନୟନ ବିକାଶରେ କଳାହାଣ୍ଡି ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି  । ଜଳସେଚନର ବିକାଶ ସହ ଶିଳ୍ପ ଅଭିବୃଦ୍ଧି ମଧ୍ୟ ହୋଇଛି  । ରାଜ୍ୟ ସରକାର ସବୁବେଳେ ଅନ୍ତର୍ଭୁକ୍ତିଯୁକ୍ତ ବିକାଶ ଉପରେ ଗୁରୁତ୍ୱାରୋପ କରୁଥିବାବେଳେ କଳହାଣ୍ଡି ଆମ ବିକାଶର ଏକ ମଡେ଼ଲ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି  ।

    ଭିଡ଼ିଓ କନଫେରେନ୍ସିଂ ମାଧ୍ୟରେ କଳାହାଣ୍ଡି କନକ୍ଲେଭର ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେଯେ, କଳାହାଣ୍ଡି ହେଉଛି ଏକ ଆଶାର କାହାଣୀ  । ଗତ କିଛି ବର୍ଷ ମଧ୍ୟରେ କଳାହାଣ୍ଡି ବିକାଶର ନୂଆ କାହାଣୀ ଲେଖିଛି  । ଏହାର ସମସ୍ତ ଶ୍ରେୟ କଳାହାଣ୍ଡିବାସୀଙ୍କର  । କଳାହାଣ୍ଡି ଆଜି ଓଡ଼ିଶାର ଭାତ ହାଣ୍ଡି ପାଲଟିଛି  । ଜିଲ୍ଲାର ଜଳସେଚନ ୧୧୫% ବୃଦ୍ଧି ପାଇଛି  । ଜିଲ୍ଲାବାସୀଙ୍କ କଠିନ ପରିଶ୍ରମ ପାଇଁ ଏହା ସମ୍ଭବପର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  ।

    ସେ କହିଲେଯେ, ଗତ ଦୁଇ ଦଶନ୍ଧି ମଧ୍ୟରେ କଳାହାଣ୍ଡିର ଭିତିଭୂମି ଓ ସାମାଜିକ ବିକାଶରେ ଉଲ୍ଳେଖନୀୟ ପରିବର୍ତନ ପରିଲକ୍ଷିତ ହୋଇଛି  । ଖୁବଶୀଘ୍ର କଳାହାଣ୍ଡିରେ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା କରାଯିବ  । ସେହିପରି କୃଷି ମହାବିଦ୍ୟାଳୟରେ ଆଗ୍ରୋନୋମି, ସଏଲ ସାଇନ୍ସ ଆଣ୍ଡ ଏଗ୍ରିକଲଚର, କେମେଷ୍ଟି୍ର, ଇଂଟୋମୋଲୋଜି, ପ୍ଲାଂଟ ଫିଜିଓଲୋଜି ଓ ପ୍ଲାଂଟ ପାଥୋଲୋଜି ଭଳି ୫ ପିଜି ପାଠ୍ୟକ୍ରମ ଆରମ୍ଭ ହେବ  । ସେହିପରି ଭବାନୀପାଟଣା ଆରଆରଟିଟିଏସକୁ ତୁଳା, ସୁଗନ୍ଧିତ ଚାଉଳ ଓ ଫଳର ସେଂଟର ଅଫ ଏକ୍ସଲେନ୍ସ ଭାବେ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି  ।

     

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook