Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ଅନୁରାଗଙ୍କ ଫିଲ୍ମରେ କାମ କରିବାକୁ ଚାହୁଁଥିଲେ ପରିଣିତୀ

    Share on :
    Date: Sep 28, 2018    Views: 145

    ଅଭିନେତ୍ରୀ ପରିଣିତୀ ଚୋପ୍ରା ଏବେ ଫିଲ୍ମ ‘ଜବରିୟା ଯୋଡ଼ି’ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ପରେ ସେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘କେଶରୀ’ର ସୁଟିଂ ଆରମ୍ଭ କରିବେ । ଏତେ ବ୍ୟସ୍ତତା ମଧ୍ୟରେ ପରିଣିତୀ ଅନୁରାଗ ବାସୁଙ୍କ ନିଦେ୍ର୍ଧଶିତ ଫିଲ୍ମ ‘ଲାଇଫ ଇନ ଏ ମେଟ୍ରୋ’ ସ୍ୱିକ୍ୱେଲରେ କାମ କରିବାକୁ ପାଇଁ ସାଇନ କରିଛନ୍ତି । ଏହି ଫିଲ୍ମରେ ସେ ତାଙ୍କ ସହ ନଜର ଆସିବେ ରାଜକୁମାର ରାଓ । ପରିଣିତୀ ଅନୁରାଗଙ୍କ ନିଦେ୍ର୍ଧଶିତ ଫିଲ୍ମରେ କାମ କରିବାକୁ ବହୁ ଆଗରେ ଚାହୁଁଥିଲେ । ସେଥିପାଇଁ ସେ ଏହି ସୁଯୋଗକୁ ହାତଛଡ଼ା କରିନଥିଲେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । ଅନୁରାଗ ଏହି ଫିଲ୍ମର ପି୍ରପ୍ରଡକ୍ସନ କାମ ଆରମ୍ଭ କରିଦେଲେଣି ଓ ଖୁବଶୀଘ୍ର ସୁଟିଂ ଆରମ୍ଭ ହେବ ବୋଲି ମଧ୍ୟ ଅନୁରାଗ ସୋସିଆଲ ମିଡିଆରେ କହିଛନ୍ତି । ‘ଲାଇଫ ଇନ ଏ ମେଟ୍ରୋ’ ଫିଲ୍ମ ପ୍ରଥମେ ୨୦୦୭ରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ଗୋଟିଏ ମେଟ୍ରୋ ସିଟିରେ ଘଟୁଥିବା ୯ଜଣଙ୍କ ଚରିତ୍ରକୁ ନେଇ ୬ଟି କାହାଣୀର ଉପସ୍ଥାପନା ହୋଇଥିଲା । ଫିଲ୍ମରେ ଶିଳ୍ପାସେଟ୍ଟୀ, ଇରଫାନ ଖାନ, କୋଙ୍କଣା ଶର୍ମା, କଙ୍ଗନା ରାଣାୱାତ, ସାଇନି ଆହୁଜା ଆଦି କଳାକାର ଥିଲେ । ତେବେ ଏହି ସ୍ୱିକେଲ ଫିଲ୍ମରେ ଅଜୁର୍ନ କାପୁର, ଇଲିଆନା ଡି କ୍ରୁଜ, ଅଭିଷେକ ବଚନ ଏବଂ କରୀନା କାପୁର ଅଭିନୟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । 

    Maximum 500 characters

    କଳା View all

    Find Us on Facebook