Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଝିଅଙ୍କୁ ପାଠ ପଢ଼ାଇବାକୁ ୬୦୦୦ କିମି ଯାତ୍ରା

    Share on :
    Date: Sep 28, 2018    Views: 201

    ବାଙ୍ଗାଲୁରୁ: ୩୭ବର୍ଷୀୟ ରାଣା ଉଫଲାପତି ୨୫୦୦ ଝିଅକୁ ଶିକ୍ଷିତ କରାଇବା ପାଇଁ ୬୦୦୦ କିମି ଯାତ୍ରା କରିଛନ୍ତି । ଏହି ଯାତ୍ରା ସେ ୯୦ ଦିନରେ ସ୍କେଟିଂ ମାଧ୍ୟମରେ ପୂରଣ କରିବେ ବୋଲି କହିଛନ୍ତି । ସେ ବୃତିରେ ଜଣେ ବ୍ୟବସାୟୀ । ରାଣା ସେପ୍ଟେମ୍ବର ୫ ତାରିଖରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି । ତାଙ୍କର ଏହି ଯାତ୍ରା ବାଙ୍ଗାଲୋରରୁ ଆରମ୍ଭ ହୋଇଥିବା ବେଳେ ସେ ୨୦ଟି ସହର ହୋଇ ତାଙ୍କ ଯାତ୍ରା ପୂରଣ କରିବେ । ଏହି ସହର ମଧ୍ୟରେ ରହିଛି ୪ଟି ମୁଖ୍ୟ ମେଟ୍ରୋ ସିଟି । ଏହି ଯାତ୍ରା ମାଧ୍ୟମରେ ସେ ୯ କୋଟି ଟଙ୍କାର ଫଣ୍ଡ ସଂଗ୍ରହ କରି ଗରିବ ଝିଅମାନଙ୍କୁ ପାଠ ପଢ଼ାଇବେ । ରାଣାଙ୍କର ଏକ ୬ବର୍ଷର ଝିଅ ଅଛି । ତେଣୁ ସେ ଝିଅଙ୍କ ଶିକ୍ଷାକୁ ଗୁରୁତ୍ୱ ବୁଝି ଏହି ଯାତ୍ରା କରିଛନ୍ତି ବୋଲି ରାଣା ଏକ ରିପୋର୍ଟରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଝିଅ ଶିକ୍ଷିତ ହେଲେ ପୂରା ପରିବାର ଶିକ୍ଷିତ ହେବ । ରାଣି ଏହି ଯାତ୍ରା ସମୟରେ ସେ ତାଙ୍କର ୪ଜଣ ଟିମକୁ ସାଙ୍ଗରେ ନେଇ ଯାତ୍ରା କରୁଛନ୍ତି । 

    Maximum 500 characters

    ଅଜବ View all

    Find Us on Facebook