Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ୮୯ତମ ଜନ୍ମଦିନ ପାଳିଲେ ଲତା ମଙ୍ଗେସକର: ୩୬ଟି ଭାଷାରେ ଗାଇଛନ୍ତି ଗୀତ

    Share on :
    Date: Sep 28, 2018    Views: 2613

    ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସକର ଆଜି ୮୯ବର୍ଷରେ ପାଦ ଥାପିଛନ୍ତି । ସେ ୧୯୨୯ ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଇନେ୍ଦାରର ଏକ ମରାଠି ପରିବାରରେ ତାଙ୍କର ଜନ୍ମ । ତାଙ୍କ ପିତା ଦିନନାଥ ମଙ୍ଗେସକର ଜଣେ ଥିଏଟର ଆର୍ଟିଷ୍ଟ ଓ ଶାସ୍ତ୍ରୀୟ ସଂଗୀତ ଗାୟକ ଥିଲେ ।  ଲତା ଯେତେବେଳେ ୧୩ବର୍ଷର ହୋଇଥିଲେ ସେତେବେଳେ ତାଙ୍କର ପିତାଙ୍କ ଦେହାନ୍ତ ହୋଇଥିଲା । ପରିବାରର ଭରଣପୋଷଣ ନିମନ୍ତେ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ଲତା ୩୬ଟି ଆଂଚଳିକ ଓ ବିଦେଶୀ ଭାଷାରେ ଗୀତ ଗାଇଛନ୍ତି । ପ୍ରାୟ ହଜାରେରୁ ଊଦ୍ଧ୍ୱର୍ ଫିଲ୍ମରେ ଗୀତ ଗାଇଛନ୍ତି ।  ସୁର ସାମ୍ରାଜ୍ଞୀ ଲତା ଭାରତ ରତ୍ନ, ପଦ୍ମବିଭୂଷଣ, ଦାଦା ସାହେବ ଫାଲକେ ଆୱାଡ,  ମହାରାଷ୍ଟ୍ର ଭୂଷଣ ଆୱାର୍ଡ ଆଦି ସମ୍ମାନରେ ସମ୍ମାନିତ ହୋଇଛନ୍ତି । 

    Maximum 500 characters

    ବିଶେଷ View all

    Find Us on Facebook