Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ୧୦ଟି ବ୍ଲକ ପାଇଁ ୪୬.୭୮ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

    Share on :
    Date: Sep 27, 2018    Views: 381

    ଭୁବନେଶ୍ୱର: ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୯ଟି ଜିଲ୍ଲାର ୧୦ଟି ବ୍ଲକ ପାଇଁ ୪୬.୭୮ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡ଼ିକ ହେଲା ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କର, ଜଗତସିଂହପୁର ଜିଲ୍ଲାର ବାଲିକୁଦା, ନୟାଗଡ଼ ଜିଲ୍ଲାର ଓଡ଼ଗାଁ, ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା, ସମ୍ବଲପୁର ଜିଲ୍ଲାର ଯୁଜୁମରା, କେନ୍ଦୁଝର ଜିଲ୍ଲାର ବାଂଶପାଳ ଓ ଆନନ୍ଦପୁର, ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା(ସୋରଡ଼ା-କୁଲାଙ୍ଗି), ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ଓ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ।

    ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲିଶଙ୍କର ବ୍ଲକର ୧୯ଟି ପଞ୍ଚାୟତ ପାଇଁ ୩.୮୦ କୋଟି ଟଙ୍କାରେ ୧୨୬ଟି ପ୍ରକଳ୍ପ, ବାଲିକୁଦା ବ୍ଲକର ୩୦ଟି ପଞ୍ଚାୟତ ପାଇଁ ୬.୫୦ କୋଟି ଟଙ୍କାରେ ୪୧୬ଟି ପ୍ରକଳ୍ପ, ଓଡ଼ଗାଁ ବ୍ଲକର ୩୬ଟି ପଞ୍ଚାୟତ ପାଇଁ ୮.୨୫ କୋଟି ଟଙ୍କାରେ ୩୭୫ଟି ପ୍ରକଳ୍ପ, ଠାକୁରମୁଣ୍ଡା ବ୍ଲକର ୧୮ଟି ପଞ୍ଚାୟତ ପାଇଁ ୪.୫୦ କୋଟି ଟଙ୍କାରେ ୨୦୧ଟି ପ୍ରକଳ୍ପ, ଯୁଜୁମୁରା ବ୍ଲକର ୧୮ଟି ପଞ୍ଚାୟତ ପାଇଁ ୪.୧୪ କୋଟି ଟଙ୍କାରେ ୨୧୭ଟି ପ୍ରକଳ୍ପ, ବାଂଶପାଳ ବ୍ଲକର ୨୧ଟି ପଞ୍ଚାୟତ ପାଇଁ ୪.୬୨ କୋଟି ଟଙ୍କାରେ ୧୪୭ଟି ପ୍ରକଳ୍ପ, ଆନନ୍ଦପୁର ବ୍ଲକର ୧୮ଟି ପଞ୍ଚାୟତ ପାଇଁ ୪.୭୨ କୋଟି ଟଙ୍କାରେ ୧୩୦ଟି ପ୍ରକଳ୍ପ, ବେଲଗୁଣ୍ଠା ବ୍ଲକର ୧୯ଟି ପଞ୍ଚାୟତ ପାଇଁ ୪.୭୫ କୋଟି ଟଙ୍କାରେ ୧୪୭ଟି ପ୍ରକଳ୍ପ, ଡାବୁଗାଁ ବ୍ଲକର ୧୨ଟି ପଞ୍ଚାୟତ ପାଇଁ ୩କୋଟି ଟଙ୍କାରେ ୧୩୦ ପ୍ରକଳ୍ପ ଓ ତୁମୁଡ଼ିବନ୍ଧ ବ୍ଲକର ୧୧ଟି ପଞ୍ଚାୟତ ପାଇଁ ୨.୫୦ କୋଟି ଟଙ୍କାରେ ୬୪ଟି ପ୍ରକଳ୍ପ, ଏପରି ମୋଟ ୧୦ଟି ବ୍ଲକର ୨୦୨ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୬.୭୮ କୋଟି ଟଙ୍କାରେ ୧୯୫୭ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । 
    ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର ୧୨୦ଟି ବ୍ଲକର ୪୫୭୫ଟି ପଞ୍ଚାୟତର ଜନସାଧାରଣଙ୍କ ସହିତ ଆଲୋଚନା ମାଧ୍ୟମରେ ୪୧୯୩୨ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ପାଇଁ ୧୦୩୪.୬୩ କୋଟି ଟଙ୍କା ମଞ୍ଜୁର କରାଯାଇଛି । 

    ସୂଚନାଯୋଗ୍ୟ ଯେ, ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ମଞ୍ଜୁର କରୁଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୁହିକ କାର୍ଯ୍ୟନ୍ୱୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି । 

    ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook