Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କେନ୍ଦ୍ରାପଡ଼ାରେ କାହିଁକି ବନ୍ଦ ହେଲା ଉଜ୍ଜ୍ୱଳା ସଂଯୋଗ ?

    Share on :
    Date: Sep 27, 2018    Views: 711

    ଭୁବନେଶ୍ୱର : ଉଜ୍ଜ୍ୱଳା ଯୋଜନା ନିଶ୍ଚିତ ଭାବେ ମୋଦି ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ  । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଥିପାଇଁ ଦେଶବ୍ୟାପୀ ପ୍ରଶଂସା ମଧ୍ୟ କରାଯାଉଛି  । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଯୋଜନାର ସଫଳତାକୁ ନେଇ ଧର୍ମେନ୍ଦ୍ରଙ୍କୁ ପ୍ରତ୍ୟେକ ସମାବେଶରେ ପ୍ରଶଂସା କରୁଛନ୍ତି  । କିନ୍ତୁ ଏବେ ସେହି ଯୋଜନାର ହିତାଧିକାରୀ ଚୟନରେ ଦୁର୍ନୀତିର ଗନ୍ଧ ବାରିହୋଇଛି  । ବିଶେଷକରି କେନ୍ଦ୍ରାପଡ଼ା ଜିଲ୍ଲାର ୯ ବ୍ଲକରେ ଉଜ୍ଜ୍ୱଳା ଦୁର୍ନୀତିର ଚେର ଲମ୍ବିଥିବା ଜାଣିବାକୁ ମିଳିଛି  । 

    ଏହି ଘଟଣାରେ ପ୍ରାରମ୍ଭିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇସାରିଛି  । ରାଜନଗର ଇଣ୍ଡେନ ବିତରକଙ୍କୁ ନିଲମ୍ବିତ କରାଯାଇଥିବାବେଳେ ପରବର୍ତୀ ନିଦେ୍ର୍ଧଶନାମା ପର୍ଯ୍ୟନ୍ତ ଜିଲ୍ଲାରେ ଗ୍ୟାସ ସଂଯୋଗ ବନ୍ଦ ରହିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି  ।

    ମିଳିଥିବା ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲାରେ ଅନ୍ୟ ଜିଲ୍ଲାର ଏଏଚଏଲ ଟିନ ନମ୍ବର ବ୍ୟବହାର କରାଯାଇ ଜାଲ ହିତାଧିକାରୀଙ୍କ ନାମରେ ଗ୍ୟାସ ସଂଯୋଗ ପ୍ରଦାନ କରାଯାଉଥିଲା  । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ପକ୍ଷରୁ ଖୋଳତାଡ଼ ହୋଇଥିଲା  । ହିନ୍ଦୁସ୍ତାନ ପେଟ୍ରୋଲିୟମର ୧୦ ଗ୍ୟାସ ଏଜେନ୍ସୀ, ଇଣ୍ଡିଆନ ଅଏଲର ୧୦ ଗ୍ୟାସ ବିତରକ ଓ ଭାରତ ପେଟ୍ରୋଲିୟମର ୬ ଗ୍ୟାସ ଏଜେନ୍ସୀ ଉପରେ ଚଢ଼ାଉ କରାଯାଇ କାଗଜପତ୍ର ଯାଂଚ କରାଯାଇଥିଲା  । ଅନ୍ୟ ରାଜ୍ୟର ଅଧିକାରୀମାନେ କେନ୍ଦ୍ରାପଡ଼ାର ଗ୍ୟାସ ବିତରକଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରି କାଗଜପତ୍ର ମଧ୍ୟ ଯାଂଚ କରାଯାଇଛି  । ରଜାନଗର ଇଣ୍ଡେନରେ ଅନ୍ୟ ଜିଲ୍ଲାର ଏଏଚଏଲ ଟିନ ନମ୍ବର ବ୍ୟବହାର କରାଯାଇ ୧୨୦୬ଟି ଉଜ୍ଜ୍ୱଳା ଗ୍ୟାସ ହଡ଼ପ କରାଯାଇଥିବା ଜଣାପଡ଼ିଛି  । ସେହିପରି ଜଣଙ୍କ ନମ୍ବରରେ ଆଉ ଜଣଙ୍କୁ ଗ୍ୟାସ ସଂଯୋଗ ଦିଆଯାଇଥିବା ଜଣାପଡ଼ିଛି  । ଯାହା ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି  ।

    Maximum 500 characters

    ବିଶେଷ View all

    Find Us on Facebook