Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଆଜିଠାରୁ କ’ଣ ହେଲା ମହଙ୍ଗା

    Share on :
    Date: Sep 27, 2018    Views: 125

    ଭୁବନେଶ୍ୱର : କେନ୍ଦ୍ର ସରକାର ୧୯ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି  । ଫଳରେ ଏସି, ଫ୍ରିଜ, ୱାସିଂମେସିନ୍, ଫ୍ରିଜ ଓ ଏସି କମ୍ପ୍ରେସର, ସ୍ପିକର, ଜୋତା, ରେଡ଼ିଆଲ କାର ଟାୟାର, ଅଣ ଶିଳ୍ପ ହୀରା, ହୀରା, ଲ୍ୟାବରେ ପ୍ରସ୍ତୁତ ହୀରା, କଟା ଓ ପଲିସ ହୋଇଥିବା ରନôପଥର, ଗହଣା ସାମଗ୍ରୀ ଓ ମୂଲ୍ୟବାନ ଧାତୁ, ପ୍ଲାଷ୍ଟିକରେ ତିଆରି ବାଥ ସାୱାର ଓ ୱାସ ବେସିନ, ପ୍ଲାଷ୍ଟିକ ଡବା ଓ ବୋତଲ, ଟେବୁଲ ୱେୟାର, କିଚେନ ୱେୟାର ଓ ଅନ୍ୟାନ୍ୟ ପ୍ଲାଷ୍ଟିକ ପ୍ରସ୍ତୁତ ଘରକରଣା ସାମଗ୍ରୀ, ପ୍ଲାଷ୍ଟିକରୁ ପ୍ରସ୍ତୁତ ଅଫିସ ଷ୍ଟେସନାରୀ ଓ ଫର୍ଣ୍ଣିଚର ଫିଟିଙ୍ଗସ, ଟ୍ରଙ୍କ, ସୁଟକେସ, ଏକଜିକୁ୍ୟଟିଭ କେସ, ବ୍ରିଫକେସ, ଟ୍ରାଭେଲ ବ୍ୟାଗ, ଓ ବିମାନ ଇନ୍ଧନ ମହଙ୍ଗା ହୋଇଛି  ।

    ଏସି, ରେଫି୍ରଜିରେଟର ଓ ୧୦ କିଲୋରୁ କମ୍ କ୍ଷମତା ବିଶିଷ୍ଟ ୱାସିଂ ମେସିନ ଉପରେ ଆମଦାନୀ ଶୁଳ୍କ ୨ ଗୁଣା ବୃଦ୍ଧି ପାଇଛି  । ପୂର୍ବରୁ ତାହା ୧୦% ଥିବାବେଳେ ଏବେ ୨୦%କୁ ବୃଦ୍ଧି ପାଇଛି  । ଗତବର୍ଷ ଏହି ସବୁ ସାମଗ୍ରୀ ଆମଦାନୀରେ ୮୬ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା  । ଦେଶର ଆମଦାନୀ ଓ ରପ୍ତାନୀ ମଧ୍ୟରେ ବହୁ ଅନ୍ତର ବଢ଼ିଥିବାରୁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି  । ବିଶେଷକରି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୨ ଟଙ୍କାରୁ ଅଧିକ ହୋଇଥିବାରୁ ଅର୍ଥନୀତି ଉପରେ ଚାପ ସୃଷ୍ଟି ହୋଇଛି  ।

    Maximum 500 characters

    ଅର୍ଥନୀତି View all

    Find Us on Facebook