Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଚେନ୍ନାଇରେ ଓଡ଼ିଶା ଭବନ ଉଦଘାଟିତ

    Share on :
    Date: Sep 26, 2018    Views: 185

    ଭୁବନେଶ୍ୱର: ଚେନ୍ନାଇରେ ଉଦଘାଟିତ ହୋଇଛି ଓଡ଼ିଶା ଭବନ । ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୨କୋଟି ଟଙ୍କା ଖର୍ଚ୍ଚରେ ଏହି କୋଠା ନିର୍ମାଣ ହୋଇଛି । ଏଥିପାଇଁ ତାମିଲନାଡ଼ୁ ସରକାର ଜମି ଯୋଗାଇ ଦେଇଥିଲେ । 

    ଏନେଇ ତତକାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହଯୋଗକୁ ଉଦଘାଟନୀ ଉତ୍ସବରେ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ନବନିର୍ମିତ ଓଡ଼ିଶା ଭବନ ଛଅ ମହଲା ବିଶିଷ୍ଟ ଏବଂ ଏଥିରେ ୨୧ଟି କୋଠରୀ ସହ ଏକ ସମ୍ମିଳନୀ କକ୍ଷ ରହିଛି ।  ଜୟଲଳିତା ମୁଖ୍ୟମନ୍ତ୍ରୀ ଥିବା ସମୟରେ ୨୦୧୨ ମଇ ମାସ ୧୧ ତାରିଖରେ ଏହି ଓଡ଼ିଶା ଭବନର ଶିଳାନ୍ୟାସ ହୋଇଥିଲା । ଓଡ଼ିଶା ବାହାରେ ରାଜ୍ୟ ସରକାରଙ୍କ ଏହା ହେଉଛି ଷଷ୍ଠ ଓଡ଼ିଶା ଭବନ । ପୂର୍ବରୁ ଦିଲ୍ଲୀରେ ଓଡ଼ିଶା ଭବନ, ମୁମ୍ବାଇ ଓ କୋଲକାତାରେ ଗୋଟିଏ ଲେଖାଏଁ ଓଡ଼ିଶା ଭବନ ରହିଛି । 

    ଏହି ଉଦଘାଟନୀ ଉତ୍ସବରେ ତାମିଲନାଡ଼ୁ ସରକାରଙ୍କ ମନ୍ତ୍ରୀ ଥିନୁ ଜୟକୁମାରଙ୍କ ସହ ଓଡିଶା ସରକାରଙ୍କ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।  ଏହି ଓଡ଼ିଶା ଭବନ ଓଡ଼ିଶା ଓ ତାମିଲନାଡ଼ୁର ସମ୍ପର୍କକୁ ଅଧିକ ମଜବୁଦ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook