ମୁଖ୍ୟ ଖବର
ଥାଇଲାଣ୍ଡ ହାତୀ ପାଇଁ ପ୍ରସିଦ୍ଧ । ସେଠାରେ ବିଭିନ୍ନ କାର୍ଯ୍ୟ କରିବା ଲାଗି ହାତୀଙ୍କୁ ତାଲିମ ଦିଆଯାଏ । କୋହ ସାମୁଇ ଦୀପରେ ରହିଛି ଏକ ହାତୀ ସଫାରି କେନ୍ଦ୍ର । ସେଠାରେ ରହୁଛନ୍ତି ୧୨ବର୍ଷ ବୟସ୍କ ମାଲି ଏବଂ ପନ୍ଦର ବର୍ଷ ବୟସ୍କ ଟୋକଟାକ । କିଛିବର୍ଷ ତଳେ ହାତୀ ଦୁଇଟି ଅସୁସ୍ଥ ହୋଇପଡ଼ିଥିଲେ । ବହୁ ପ୍ରକାରର ଚିକିତ୍ସା ସତ୍ୱେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ନସୁଧୁରିବାରୁ ଜଣେ ଚିକିତ୍ସକ ବାସ୍କେଟବଲ ଖେଳ ଶିଖାଇବା ଲାଗି ପରାମର୍ଶ ଦେଇଥିଲେ । ହାତୀ ଦୁହିଁଙ୍କୁ ବାସ୍କେଟବଲ ଖେଳରେ ତାଲିମ ଦିଆଯିବା ପରେ ଚମକ୍ରାରୀ ପରିଲକ୍ଷିତ ହୋଇଥିଲା । ଖେଳ ସେ ଦୁହିଁଙ୍କୁ ସ୍ୱାସ୍ଥ୍ୟବାନ କରିଥିଲା । ଏବେ ସେଠାରେ ପର୍ଯ୍ୟଟକଙ୍କ ମନୋରଂଜନ ପାଇଁ ହାତୀଙ୍କ ମଧ୍ୟରେ ବାସ୍କେଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ।
Comments ସମସ୍ତ ମତାମତ 0