Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବାରମ୍ବାର ଇମେଲ ଚେକ କରୁଛନ୍ତି କି?

    Share on :
    Date: Sep 26, 2018    Views: 143

    ଅଧିକାଂଶ ସମୟରେ ଲୋକେ କାମ କରିସାରିବା ପରେ ନିଜର ସ୍ମାର୍ଟଫୋନ ବା ଲ୍ୟାପଟପ ଅଥବା କମ୍ପୁ୍ୟଟରରେ ନିଜର ଇମେଲ ଚେକ କରିଥାନ୍ତି । ଆଜି କାଲି ତ ଲୋକେ ଯେଉଁଠି ବସିଥିଲେ ବି ନିଜର ସ୍ମାର୍ଟଫୋନରେ ଇମେଲ ଚେକ କରୁଛନ୍ତି । 

    ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ, କାମ ପରେ ଇମେଲ ଚେକ କରିବା ହେତୁ ଆପଣ ଓ ଆପଣଙ୍କ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହା ଖରାପ ପ୍ରଭାବ ପକାଇଥାଏ । ଖାଲି ସେତିକି ନୁହେଁ, ପାରିବାରିକ ସମ୍ପର୍କ ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଥାଏ । ଭର୍ଜିନିଆ ଟେକ ବିଶ୍ୱ ବିଦ୍ୟାଳୟର ଗବେଷକମାନେ ସେମାନଙ୍କ ଗବେଷଣାରୁ ଏହା ଜାଣିପାରିଛନ୍ତି । ଏହି ଅଧ୍ୟନରୁ ଜଣାଯାଇଛି ଯେ,  ଲଗାତାର ମେଲ କରିବା ଯୋଗୁଁ ଘରେ ପିଲାମାନେ ଓ ପତ୍ନୀ ଚିଡ଼ି ଯାଇଥାନ୍ତି ।

    ଏହାର ସହ ଗବେଷକ ପ୍ରଫେସର ଉଇଲିୟମ ବେକର କହିଛନ୍ତି ଯେ, ଅଫିସ ଓ ବ୍ୟକ୍ତିଗତ ଜୀବନର ଆବଶ୍ୟକତା ପାଇଁ କର୍ମଚାରୀମାନେ ଅସମଞ୍ଜସ ସ୍ଥିତିରେ ରହିଥାନ୍ତି । ଏଣୁ ଚିଡ଼ି ଉଠିବା ସ୍ୱଭାବ ସ୍ୱତଃ ପରିଲକ୍ଷିତ ହୋଇଥାଏ । ଏଣୁ ପ୍ରାତଃ କାଳରେ ଉଠିବା ପରେ ଓ ଶୋଇବା ପରେ ଇମେଲ ଚେକ କରିବାକୁ ସବୁଠାରୁ ଭଲ ସମୟ ବୋଲି ଏହି ଗବେଷଣାର କୁହାଯାଇଛି । 

    Maximum 500 characters

    ବିଶେଷ View all

    Find Us on Facebook