Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ରାଜନୈତିକ ବିଜ୍ଞାପନ ଉପରେ କଟକଣା, ନିର୍ବାଚନ ଅଧିକାରୀଙ୍କ ଅନୁମତି ଲୋଡ଼ା

    Share on :
    Date: Sep 26, 2018    Views: 319

    ଭୁବନେଶ୍ୱର: କୌଣସି ଟିଭି ଚ୍ୟାନେଲ, କେବୁଲ ଟିଭି ବା କୌଣସି ବୈଦୁ୍ୟତିକ ଗଣମାଧ୍ୟମରେ ରାଜନୈତିକ ବିଜ୍ଞାପନ ପ୍ରସାରଣ କରିବା ପୂର୍ବରୁ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଯିବ । ନିର୍ବାଚନ ଅଧିକାରୀ ଏହାକୁ ପ୍ରସାର କରିବା ପାଇଁ ଅନୁମତି ଦେଲେ ହିଁ ଏହା ବୈଦୁ୍ୟତିକ ଗଣମାଧ୍ୟମରେ ପ୍ରସାରଣ ହେବ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ନିଦେ୍ର୍ଧଶନାମା ଜାରି କରିଛନ୍ତି ।  ଗତ ୨୦୦୪ ଏପ୍ରିଲ ୧୩ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଭିତ୍ତି କରି ଏହି ନିଦେ୍ର୍ଧଶନାମା ଜାରି ହୋଇଛି । 

    ଏଥିରେ କୁହାଯାଇଛି ଯେ, ଯଦି କୌଣସି ରାଜନୈତିକ ବିଜ୍ଞାପନ ଟିଭି ଚ୍ୟାନେଲ, କେବୁଲ ଟିଭିରେ ପ୍ରସାରଣ ହେବାକୁ ଥିବ, ତେବେ ଏଥିପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ ଅନୁମତି ନେବାକୁ ପଡ଼ିବ । କୌଣସି ବିଜ୍ଞାପନ ସାରା ରାଜ୍ୟ ପାଇଁ ପ୍ରସାରଣ ହେବାକୁ ଥିଲେ ଏଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ରାଜ୍ୟସ୍ତରୀୟ ଗଣମାଧ୍ୟମ ସାର୍ଟିଫିକେଟ ଆଣ୍ଡ ମନିଟରିଂ କମିଟିର ଅନୁମତି ଆଣିବାକୁ ପଡ଼ିବ । ଏହି କମିଟି ବିଜ୍ଞାପନଟିକୁ ଦେଖିବା ପରେ ଏହାକୁ ଅନୁମତି ଦିଆଯିବ କି ନାହିଁ ସେ ନେଇ ନିଷ୍ପତ୍ତି ନେବେ । 

    ସେହିପରି ଜିଲ୍ଲାସ୍ତରରେ ପ୍ରସାରଣ ହେବାକୁ ଥିବା ବିଜ୍ଞାପନ ପାଇଁ ଜିଲ୍ଲା ନିର୍ବାଚନଅଧିକାରୀ ଓ ଜିଲ୍ଲାପାଳ ବା ରିଟର୍ଣ୍ଣିଂ ଅଫିସର ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଜିଲ୍ଲାସ୍ତରୀୟ ଗଣମାଧ୍ୟମ ସାର୍ଟିଫିକେଟ ଏବଂ ମନିଟରିଂ କମିଟିର ଅନୁମତି ଆଣିବାକୁ ପଡ଼ିବ । ଏହି ଅନୁମତି କେବଳ ନିର୍ବାଚନ ସମୟରେ ଲାଗୁଥିବା କୋଡ ଅଫ କଣ୍ଡକ୍ଟ ଅବଧି ସମୟରେ ଲାଗୁ ହେବନି । 

    Maximum 500 characters

    ବିଶେଷ View all

    Find Us on Facebook