Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବାହା ହେବେ ସାଇନା

    Share on :
    Date: Sep 26, 2018    Views: 239

    ନୂଆଦିଲ୍ଲୀ: ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ବହୁ ସମୟ ଧରି ପରସ୍ପରକୁ ଡେଟ କରିଆସୁଥିବା ସାଇନା ଓ ପି.କଶ୍ୟପ ଚଳିତ ବର୍ଷ ଶେଷ ଆଡ଼କୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । 

     ୨୮ ବର୍ଷୀୟା ସାଇନା ଆସନ୍ତା ଡିସେମ୍ବର ୧୬ରେ ବିବାହ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଡିସେମ୍ବର ୨୧ରେ ଭବ୍ୟ ସମାରୋହ କରି ଲୋକମାନଙ୍କୁ ଆମନ୍ତ୍ରିତ କରାଯିବ । ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲେ ମଧ୍ୟ ବହୁ ସମୟରେ ସେମାନେ କେବଳ ଭଲ ବନ୍ଧୁ ବୋଲି ସଫେଇ ଦିଅନ୍ତି । 

    ତେବେ ପାଲୁପଲ୍ଲି କଶ୍ୟପ ଦେଶର ହାତ ଗଣତି ସର୍ବଶ୍ରେଷ୍ଠ ପୁରୁଷ ବ୍ୟାଡମିଣ୍ଟନ ଖେଳାଳିଭାବେ ବେଶ ପରିଚିତ । ୩୨ ବର୍ଷୀୟ କଶ୍ୟପ ବିଶ୍ୱ ର୍ୟାଙ୍କରେ ୫୭ ନଂରେ ଅଛନ୍ତି । ସାଇନା ଓ କଶ୍ୟପ ହାଇଦ୍ରାବାଦରେ ରୁହନ୍ତି । ପାଖାପାଖି ୧୦ ବର୍ଷ ହେବ ସେମାନେ ସମ୍ପର୍କରେ ଥିଲେ । ୨୦୦୫ରେ ପି.ଗୋପିଚାନ୍ଦଙ୍କ ପ୍ରଶିକ୍ଷଣ ସମୟରେ ଦୁହେଁ ପ୍ରଥମ ଥର ଦେଖା ହୋଇଥିଲେ । 

    Maximum 500 characters

    ଖେଳ ଖବର View all

    Find Us on Facebook