Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଚେନ୍ନାଇରେ ‘ମେକ ଇନ ଓଡ଼ିଶା’ ରୋଡ ସୋ

    Share on :
    Date: Sep 26, 2018    Views: 183

    ଭୁବନେଶ୍ୱର: ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ପ୍ରଥମେ ମୁମ୍ବାଇ ଓ ନୂଆଦିଲ୍ଲୀ ପରେ ଏବେ ଚେନ୍ନାଇରେ ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ଚେନ୍ନାଇରେ ‘ମେକ ଇନ ଓଡ଼ିଶା’ କନକ୍ଲେଭର ଦ୍ୱିତୀୟ ସଂସ୍କରଣ ପରିପ୍ରେକ୍ଷୀରେ ଏକ ରୋଡ ସୋ ଅନୁଷ୍ଠିତ ହୋଇଯାଇଛି ।  ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଆଗାମୀ ନଭେମ୍ବରରେ ହେବାକୁ ଥିବା ‘ମେକ ଇନ ଓଡ଼ିଶା’ କନକ୍ଲେଭର ଦ୍ୱିତୀୟ ସଂସ୍କରଣରେ ଯୋଗଦେବାକୁ  ଉପସ୍ଥିତ ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କରିଛନ୍ତି ।  ଓଡ଼ିଶାରେ ପୁଞ୍ଜିନିବେଶ କଲେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । 

    ଓଡ଼ିଶାକୁ ପୂର୍ବ ଭାରତ ନିର୍ମାଣର କେନ୍ଦ୍ରସ୍ଥଳଭାବରେ ପ୍ରତିଷ୍ଠିତ କରିବାକୁ ରାଜ୍ୟ ସରକାର ଏହି ରୋଡ ସୋ ମାଧ୍ୟମରେ ଶିଳ୍ପର ବିକାଶ କରିବାକୁ ଉଦ୍ୟମ କରିଛନ୍ତି । ଶିଳ୍ପ ବିଭାଗ ଦ୍ୱାରା ବୁଧବାର ଚେନ୍ନାଇରେ ଆୟୋଜିତ ଏହି ରୋଡ ସୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ ଶିଳ୍ପ ସଂସ୍ଥାଗୁଡ଼ିକୁ ଓଡ଼ିଶାରେ ପୁଞ୍ଜିନିବଶେ କରିବାକୁ ଆହ୍ୱାନ ଦେଇଥିଲେ । 

    ଚେନ୍ନାଇ ପରେ କୋଲକାତାରେ ରୋଡ ସୋ ହେବାର କାର୍ଯ୍ୟକ୍ରମ ରହିଛି । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook