Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ଘରୋଇ କମ୍ପାନୀ ସଂସ୍ଥା ମାଗିପାରିବେନି ଆଧାର

    Share on :
    Date: Sep 26, 2018    Views: 1793

    ନୂଆଦିଲ୍ଳୀ : ଆଧାରକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି  । ଘରୋଇ କମ୍ପାନୀମାନେ ଏଣିକି ଆଧାର କାଡର଼୍ ମାଗିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି  । ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ସିକରି ଓ ଜଷ୍ଟିସ ଖାନୱିଲକରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତିଯେ, ବ୍ୟାଙ୍କ ଆକାଉଂଟ ସହ ମୋବାଇଲ ନମ୍ବର ଓ ଆଧାର ଲିଙ୍କ କରିବାର ଆବଶ୍ୟକତା ନାହିଁ  । ସେହିପରି ନୂତନ ବ୍ୟାଙ୍କ ଆକାଉଂଟ କିମ୍ବା ମୋବାଇଲ ସଂଯୋଗ ପାଇଁ ଆଉ ଆଧାର କାଡର଼୍ ଦରକାର ହେବ ନାହିଁ  । କିନ୍ତୁ ଆଧାର କାଡର଼୍କୁ ପ୍ୟାନ କାଡର଼୍ ସହ ଯୋଡ଼ିବା ଜରୁରୀ  । ଆଧାର ଆଇନର ଧାରା ୩୩(୨)କୁ ସୁପ୍ରିମକୋର୍ଟ ଉଚ୍ଛେଦ କରିଦେଇଛନ୍ତି  । ଫଳରେ ଡାଟା ସେୟାରିଂ ଉପରେ ରୋକ ଲାଗିପାରିବ  । ଏତଦବ୍ୟତୀତ ଧାରା ୫୭ ଉପରେ ମଧ୍ୟ କଟକଣା ଲାଗିଛି  । ଧାରା ୫୭ ଅନୁଯାୟୀ ସରକାରୀ ଓ ଘରୋଇ କମ୍ପାନୀଗୁଡ଼ିକୁ ଆଧାର ତଥ୍ୟ ମାଗିବାର ଅଧିକାର ଦିଆଯାଇଥିଲା  । କିନ୍ତୁ ଏଣିକି କେବଳ ସରକାର ଓ ସରକାରୀ କମ୍ପାନୀଗୁଡ଼ିକ ହିଁ ଆଧାର ତଥ୍ୟ ମାଗିପାରିବେ  । ଘରୋଇ କମ୍ପାନୀଗୁଡ଼ିକ ଆଧାର ତଥ୍ୟ ମାଗିପାରିବେ ନାହିଁ  । ସେହିପରି ସିବିଏସଇ ଓ ନିଟରେ ପୂର୍ବରୁ ଆଧାର ତଥ୍ୟ ମଗାଯାଉଥିବାବେଳେ ଏବେ ତାହା ମଧ୍ୟ ହେବନାହିଁ  । ଏହାଛଡ଼ା ସ୍କୁଲରେ ନାମଲେଖା ନିମନ୍ତେ ମଧ୍ୟ ଆଧାର କାଡର଼୍ ମଗାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି  । ତେବେ ସୁପ୍ରିମକୋର୍ଟ ଆଧାରର ସାମ୍ବିଧାନିକ ବୈଧତାକୁ କାଏମ ରଖିଛନ୍ତି  ।

    Read more

    ଅଯୋଧ୍ୟା ମାମଲା ପାଇଁ ମଧ୍ୟସ୍ଥି ନିଯୁକ୍ତ କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ : ନୂଆଦିଲ୍ଲୀ : ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ସମାଧାନ ପାଇଁ ସୁପ୍ରିମକୋର୍ଟ ମଧ୍ୟସ୍ଥି ନିଯୁକ୍ତି କରିଛନ୍ତି  । ୮ ସପ୍ତାହ ମଧ୍ୟରେ ମଧ୍ୟସ୍ଥିମାନେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବେ  । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ...

    Read more

    ଆଜି ଶ୍ରୀମନ୍ଦିର, ମହାନଦୀ ଓ ପୋଲାଭରମ ଶୁଣାଣୀ

    ଭୁବନେଶ୍ୱର : ଆଜି ମହାନଦୀ ଓ ପୋଲାଭରମ ମାମଲାର ଶୁଣାଣୀ କରିବେ ସୁପ୍ରିମକୋର୍ଟ  । ସେହିପରି ଶ୍ରୀମନ୍ଦିର ପ୍ରସଙ୍ଗର ମଧ୍ୟ ଶୁଣାଣୀ ହେବ  । ଏହି ତିନୋଟି  ପ୍ରସଙ୍ଗ ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି  ...

    Read more

    ନିର୍ବାଚନ ଲଢ଼ିପାରିବେ କି ଦାଗୀ ନେତା ? ସୁପ୍ରିମକୋର୍ଟ କହିଲେ ସଂସଦ ନେବ ଚୂଡ଼ାନ୍ତ ନିଷ୍ପତ୍ତି

    ନୂଆଦିଲ୍ଲୀ : ଦାଗୀ ନେତାମାନେ ନିର୍ବାଚନ ଲଢ଼ିପାରିବେ କି ? ଯେଉଁ ଯେଉଁ ନେତାଙ୍କ ନାମରେ ଚାର୍ଜସିଟ କରାଯାଇଛି ସେମାନଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ମିଳିବ କି ? ଚାର୍ଜସିଟ ହୋଇଥିବା ନେତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବ କି ? ଏଭଳି ଅନେକ ପ୍ରଶ୍ନ ଭାରତୀୟଙ୍କ ...

    Maximum 500 characters

    ବିଶେଷ View all

    Find Us on Facebook