Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ‘ଆମ ଗାଁ, ଆମ ବିକାଶ’ ନେଇ କି ନିଷ୍ପତ୍ତି ନେଲେ କ୍ୟାବିନେଟ୍

    Share on :
    Date: Sep 24, 2018    Views: 2557

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ‘ଆମ ଗାଁ, ଆମ ବିକାଶ’ ଯୋଜନା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି  ।
    ୧. ସ୍ଥାନୀୟ ଜନସାଧାରଣ, ଲୋକ ପ୍ରତିନିଧି ଓ ଅନ୍ୟ ହିତାଧିକାରୀମାନଙ୍କ ଦ୍ୱାରା ଚିହ୍ନଟ ପ୍ରକଳ୍ପକୁ ସରକାରଙ୍କ ଦ୍ୱାରା ଅନୁମୋଦନ କରାଯିବ  ।
    ୨. ଏହି ଯୋଜନା ଓ ପ୍ରକଳ୍ପ ବିକାଶମୂଳକ ପ୍ରକଳ୍ପ  । 
    ୩. ଅନୁମୋଦିତ ପ୍ରକଳ୍ପର ଆବଶ୍ୟକୀୟ ଅର୍ଥ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ସଂପୃକ୍ତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଲାଭ ଓ କ୍ଷତି ଖାତାକୁ ମଂଜୁର କରାଯିବ  । ସଂପୃକ୍ତ ପ୍ରକଳ୍ପ ନିଦେ୍ର୍ଧଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଉକ୍ତ ଅର୍ଥକୁ ସହାୟକ ଅନୁଦାନ ଭାବେ ଉଠାଇବେ ଓ ସଂପୃକ୍ତ ପଂଚାୟତ ସମିତି ଲାଭ ଓ କ୍ଷତି ଖାତାକୁ ଅନୁମୋଦିତ ପ୍ରକଳ୍ପ ଅନୁଯାୟୀ ୨ଟି କିସ୍ତିରେ (୫୨% ଓ ୪୮%) ପ୍ରଦାନ କରିବେ  ।
    ୪. ପ୍ରକଳ୍ପଗୁଡ଼ିକ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯିବ  ।
    ୫. ୨୦୧୮-୧୯ ପାଇଁ ଏହି ଯୋଜନା ନିମନ୍ତେ ୧୨୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି  ।
    ୬. ମୋଟ ପ୍ରକଳ୍ପର ଅନୁମୋଦିତ ମୂଲ୍ୟରୁ ୨% ପ୍ରଶାସନିକ ଖର୍ଚ୍ଚ ଭାବେ ବିନଯୋଗ କରାଯିବ  । ଯଥା : ବ୍ଲକ ପାଇଁ ୧%, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପାଇଁ ୦.୫% ଓ ବିଭାଗୀୟ ପାଇଁ ୦.୫%  । ଏହି ପ୍ରଶାସନିକ ଖର୍ଚ୍ଚ ବୈଠକ, ସାମାଜିକ ସମୀକ୍ଷା, କମ୍ପୁ୍ୟଟର କ୍ରୟ, ଡାଟା ଏଂଟ୍ରି ଅପରେଟର ନିଯୁକ୍ତି ଇତ୍ୟାଦି ପାଇଁ ବିନିଯୋଗ କରାଯିବ  ।
    ୭. ପ୍ରତି ବ୍ଲକରେ ଡାଟା ଏଂଟ୍ରି ଅପରେଟରଙ୍କୁ ନିଯୁକ୍ତି ପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି  ।
    ୮. ଉକ୍ତ ଯୋଜନାରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପର ମୂଲ୍ୟ ୧ ଲକ୍ଷରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ରହିବ ଓ ବିଭାଗୀୟ ଭାବେ କାର୍ଯ୍ୟକାରୀ ହେବ  ।
    ୯. ବିଭାଗୀୟ ଭାବେ କାର୍ଯ୍ୟକାରୀ ପ୍ରକଳ୍ପଗୁଡ଼ିକରେ ଜିଏସଟି ପ୍ରଯୁଜ୍ୟ ହେବ ନାହିଁ  ।
    ୧୦. ଜିଲ୍ଲାପାଳମାନେ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଓ ନୀରିକ୍ଷଣ କରିବେ  । ପ୍ରତି ୧୫ ଦିନରେ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନିଦେ୍ର୍ଧଶକ, ଜିଲ୍ଲା ଯୋଜନା ଅଧିକାରୀ, ଜିଲ୍ଳା ପଂଚାୟତ ଅଧିକାରୀ ଓ ବିଡ଼ିଓମାନେ ଜିଲ୍ଲାପାଳମାନଙ୍କୁ ଅବଗତ କରାଇବେ  ।
    ୧୧. ପ୍ରକଳ୍ପ ନିଦେ୍ର୍ଧଶକ ଅର୍ଥ ବିନିଯୋଗର ପ୍ରମାଣ ପତ୍ର ଜିଲ୍ଲାପାଳଙ୍କ ଦ୍ୱାରା ସ୍ୱାକ୍ଷରିତ କରି ସରକାରଙ୍କୁ ପଠାଇବେ  ।
    ୧୨. ସରକାରଙ୍କ ଦ୍ୱାରା ଅନୁମୋଦିତ ପ୍ରକଳ୍ପଗୁଡିକ ଅନୁମୋଦିତ ହୋଇଥିବା ତାରିଖରୁ ୧ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ  ।
    ୧୩. ଭବିଷ୍ୟତ ରକ୍ଷଣାବେକ୍ଷଣ ପାଇଁ ସୃଷ୍ଟି ହୋଇଥିବା ସମ୍ପତି ଗ୍ରାମ ପଂଚାୟତ ଓ ପଂଚାୟତ ସମିତିର ସମ୍ପତି ହେବ  ।
    ୧୪. ଯଦି କାର୍ଯ୍ୟାଦେଶ ମିଳିବାର ୬ ମାସ ମଧ୍ୟରେ କୌଣସି ଅର୍ଥ ଖର୍ଚ୍ଚ ନହୁଏ ତେବେ ସରକାରଙ୍କ ନିଷ୍ପତି ଦ୍ୱାରା ଉକ୍ତ ଅର୍ଥକୁ ଅନ୍ୟ ପ୍ରକଳ୍ପକୁ ପରିବର୍ତନ କରାଯିବ  ।
    ୧୫. ଯଦି ଅନ୍ୟ କୌଣସି ଯୋଜନାରେ ପ୍ରାରମ୍ଭ ହୋଇଥିବା ପ୍ରକଳ୍ପ ଅର୍ଥାଭାବରୁ ଅସମ୍ପୂର୍ଣ୍ଣ ରହିଥାଏ ତେବେ ଉକ୍ତ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଆବଶ୍ୟକୀୟ ଅର୍ଥ ଉକ୍ତ ଯୋଜନାରୁ ଯୋଗାଇ ଦେବାକୁ ବିଚାର କରାଯିବ  । କିନ୍ତୁ ମୋଟ ମଂଜୁରୀ ଅର୍ଥ ନିଦେ୍ର୍ଧଶାବଳୀର ସୀମା ଅତିକ୍ରମ କରିବ ନାହିଁ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook