Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କ୍ୟାବିନେଟରେ ଚାଷୀଙ୍କ ପାଇଁ କି ନିଷ୍ପତି ନେଲେ ସରକାର, ଏଣିକି ସବୁ ଧାନ କିଣାଯିବ

    Share on :
    Date: Sep 24, 2018    Views: 2417

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି  । ବୈଠକରେ ଖାଦ୍ୟ ସଂଗ୍ରହଣ ନୀତିରେ ମୋହର ଲାଗିଛି  । ଚାଷୀଙ୍କ ମନରେ କ୍ୟାବିନେଟ ନିଷ୍ପତି ନିଶ୍ଚିତ ଭାବେ ଖୁସି ଭରିଦେବ  । ଚଳିତ ବର୍ଷ ଧାନ ସଂଗ୍ରହ ବେଳେ ଚାଷୀଙ୍କ ସବୁ ଧାନ କିଣିବା ପାଇଁ ସରକାର ନିଷ୍ପତି ନେଇଛନ୍ତି  । ପୂର୍ବରୁ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ନିମନ୍ତେ ୩ କୁଇଂଟାଲ ହିସାବରେ ଧାନ ନିଜସ୍ୱ ଖାଦ୍ୟ ହିସାବରେ ବ୍ୟବହାର ପାଇଁ ଉଦ୍ଧିଷ୍ଟ ରଖାଯାଉଥିଲା  । ମୁଣ୍ଡ ପିଛା ୩ କୁଇଂଟାଲ ଆଧାରରେ ଧାନ କାଟିବା ପରେ ବଳକା ଧାନ ସରକାର କିଣୁଥିଲେ  । କିନ୍ତୁ ଚଳିତ ବର୍ଷ ଏହି ବ୍ୟବସ୍ଥା ଉଚ୍ଛେଦ କରାଯାଇଛି  । ଏହାଦ୍ୱାରା ଅଧିକ ସଂଖ୍ୟକ ଚାଷୀ, ଭାଗଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ୁପକୃତ ହୋଇପାରିବେ  ।   

    ଖରିଫ ବିପଣନ ବର୍ଷ ଆସନ୍ତା ଅକ୍ଟୋବର ୧ରୁ ଆରମ୍ଭ ହୋଇ ୨୦୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ  । ୨୦୧୮-୧୯ ଖରିଫ ବିପଣନ ବର୍ଷରେ ଅତିକମ୍ରେ ୩୭ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ କରାଯିବ  । ଧାନ ହିସାବରେ ପ୍ରାୟ ୫୫ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହେବ  । ଯଦି ପଞ୍ଜୀକୃତ ଚାଷୀଙ୍କ ଠାରୁ ଅଧିକ ଧାନ ମଣ୍ଡିକୁ ଆସେ ତେବେ ତାହା ମଧ୍ୟ ରାଜ୍ୟ ସରକାର କ୍ରୟ କରିବେ  । ଗତ ୨୦୧୭-୧୮ ଖରିଫ ଓ ରବିରେ ୪୯.୦୬ ଲକ୍ଷ ମେଟ୍ରିକ ଟନ ଧାନ କ୍ରୟ କରାଯାଇଥିଲା  । ଚାଉଳ ହିସାବରେ ୩୩.୨୧ ଲକ୍ଷ ମେଟ୍ରିକ ଟନ ଧାନ ସଂଗୃହୀତ ହୋଇଥିଲା  । 

    ଚଳିତ ବର୍ଷ ନଭେମ୍ବରରୁ ଅପ୍ରେଲ ୨୦୧୯ ମଧ୍ୟରେ ଖରିଫ ଧାନ ସଂଗ୍ରହ କରାଯିବ  । ସେହିପରି ରବି ଧାନ ମେ’ରୁ ଜୁନ,୨୦୧୯ ମଧ୍ୟରେ ସଂଗୃହୀତ ହେବ  ।

    ଚାଷୀ ପଞ୍ଜୀକରଣ : ଅନଲାଇନ ବ୍ୟବସ୍ଥାରେ ପଞ୍ଜୀକୃତ ଚାଷୀଙ୍କ ଠାରୁ ବଳକା ଧାନ ସଂଗ୍ରହ କରାଯିବ  । ପଞ୍ଜୀକରଣ ପାଇଁ ଚାଷୀମାନେ ପ୍ଲଟୱାରୀ ତଥ୍ୟ ପ୍ରଦାନ କରିବେ  । ପ୍ଲଟ ବାବଦ ତଥ୍ୟର ସତ୍ୟାସତ୍ୟ ରାଜସ୍ୱ ବିଭାଗ ଦ୍ୱାରା ପରିଚାଳିତ ‘ଭୂଲେଖ’ ତଥ୍ୟଭଣ୍ଡାର ସହ ସଂଯୁକ୍ତ କରାଯାଇ ନିର୍ଣ୍ଣୟ କରାଯିବ  ।

    ଚାଷୀଙ୍କୁ ସାଧାରଣ ଧାନ ପାଇଁ କୁଇଂଟାଲ ପିଛା ୧୭୫୦ ଟଙ୍କା ଓ ଏ ଗ୍ରେଡ଼ ଧାନ ପାଇଁ ୧୭୭୦ ଟଙ୍କା ପ୍ରଦାନ କରାଯିବ  । 

    ସେହିପରି ପ୍ରତ୍ୟେକ ଲ୍ୟାମ୍ପ୍ସ ଓ ପ୍ୟାକ୍ସରେ ଯେପରି ଯଥେଷ୍ଟ ସଂଖ୍ୟାରେ ଧାନ କ୍ରୟ କେନ୍ଦ୍ର ଖୋଲାଯିବ ତାହା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି  । ଚାଷୀଙ୍କ ଧାନ ବିକ୍ରି ବାବଦ ପ୍ରାପ୍ୟ ସେମାନଙ୍କ ବ୍ୟାଙ୍କ ଖାତାକୁ ଅନଲାଇନ ପ୍ରକ୍ରିୟାରେ ସିଧାସଳଖ ପଠାଯିବ  । ସରକାରଙ୍କୁ ଧାନ ବିକ୍ରିର ୨୪ରୁ ୭୨ ଘଂଟା ମଧ୍ୟରେ ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି  ।

     

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook