Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ‘ତୁମେ ମୋ ସହ ସମ୍ପର୍କ ରଖ, ଉପକୃତ ହେବ’- ନେତ୍ରୀଙ୍କୁ ଫୋନ କରି ବୁଝେଇଲେ ନେତା

    Share on :
    Date: Sep 23, 2018    Views: 5985

    ଭୁବନେଶ୍ୱର :  ‘ଖାଲି ଦଳରେ ଯୋଗଦେଲେ କେହି ଉପରକୁ ଉଠିପାରେ ନାହିଁ  । ଏଥିପାଇଁ ବଡ଼ ବଡ଼ ନେତାଙ୍କ ସହ ମଧୁର ଓ ଅନ୍ତରଙ୍ଗ ସମ୍ପର୍କ ରଖିବାକୁ ପଡେ଼  । ତୁମେ ମୋ ସହ ସମ୍ପର୍କ ରଖ, ଉପକୃତ ହେବ  ।’ ଏମିତି ଭାବେ କେନ୍ଦ୍ରାପଡ଼ାର ଜଣେ ନେତା ନିଜ ଦଳର ମହିଳା ନେତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି  । ତେବେ ଚାଲାକ ମହିଳା ନେତ୍ରୀ ଜଣଙ୍କ ନିଜ ନେତାଙ୍କ ଏହି ବାର୍ତାଳାପର ରେକଡର଼୍ିଂ କରି ଅସଲ ମୁଖା ଖୋଲି ଦେଇଛନ୍ତି  । ଯାହା ଏବେ କେନ୍ଦ୍ରାପଡ଼ା ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି  । 

    ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏକ ଜାତୀୟ ଦଳର କେନ୍ଦ୍ରାପଡ଼ା ଜିଲ୍ଲା ଉପସଭାପତି ନିଜ ଦଳର ମହିଳା ନେତ୍ରୀଙ୍କୁ ଏମିତି ଫୋନ୍ କରିଥିଲେ  । ଆମ ଜିଲ୍ଲାର ଅମୁକ ନେତା ଅମୁକ ମହିଳା ସମ୍ପର୍କ ରଖିଛନ୍ତି  । ସମୁକ ନେତା ଅମୁକ ମହିଳାଙ୍କର ପୁରୁଷ ବନ୍ଧୁ  । ଆଉ ଆମର ଆର ନେତା ତ ତାଙ୍କ ଭାଉଜ ସହ ସମ୍ପର୍କ ରଖିଛନ୍ତି  । କିନ୍ତୁ ମହିଳା ଜଣଙ୍କ ଏହି କଥାକୁ ରେକଡର଼୍ିଂ କରି ସିଧା ପାର୍ଟି ଅଫିସରେ କଥାଟି ପକାଇ ଦେଇଥିଲେ  । ପଟ୍ଟାମୁଣ୍ଡାଇରେ ଏଥିପାଇଁ ବୈଠକ ମଧ୍ୟ ଡକାଗଲା  । କିନ୍ତୁ ଆସାମୀ ନେତା ଜଣଙ୍କ ପ୍ରଥମେ ଗାଲୁଭୁରୁଡ଼ି ମାରିଥିଲେ  । କିନ୍ତୁ ପରେ ତାଙ୍କୁ ରେକଡର଼୍ିଂ ଶୁଣାଇ ଦିଆଗଲା  । ଯାହାଙ୍କୁ ସେ ତାଙ୍କ ଭାଉଜଙ୍କ ସହ ସମ୍ପର୍କ ରଖିଥିବା କଥା କହିଥିଲେ, ସେ ନେତା ବି ସେଇଠି ଥିଲେ  । ରେକଡର଼୍ିଂ ଶୁଣି ସେ ଆସାମୀ ନେତାଙ୍କ ଗାଲରେ ଶକ୍ତ ଚାପୁଡ଼ା ମଧ୍ୟ ଦେଇଥିବା ଚର୍ଚ୍ଚା ହେଉଛି  । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook