Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ‘ଫୁଲ ସୂତ୍ର’ ନୁହେଁ ‘ପ୍ରେମ ସୂତ୍ର’ ଦେଉଛନ୍ତି ବିଜେପି ନେତ୍ରୀ ପିଙ୍କି ପ୍ରଧାନ

    Share on :
    Date: Sep 23, 2018    Views: 2359

    ଭୁବନେଶ୍ୱର : ରାଜନୀତିକ ମଂଚ ସବୁଠୁ ନିଆରା  । ଥରେ ଏହି ମଂଚରେ ଅଭିନୟ କରିବାକୁ ହେଲେ ନିଜର ସବୁ ପୁରୁଣା ପରିଚୟ ଭୁଲିବାକୁ ହିଁ ପଡ଼ିବ  । କାହିଁକିନା ରାଜନୀତିରେ ପାଦ ଥାପିବା ପରେ ଜଣଙ୍କର ପ୍ରତ୍ୟେକ କଥା ଓ କାର୍ଯ୍ୟ ଉପରେ ସବୁବେଳେ ରାଜନୀତିକ ରଂଗ ହିଁ ଲାଗିଥାଏ  । ବିରୋଧୀଙ୍କ ଠାରୁ ନେଇ ଗଣମାଧ୍ୟମ ଯାଏଁ ସେହି ଆଖିରେ ହିଁ ଦେଖିବାକୁ ବାଧ୍ୟ ହୋଇଥା’ନ୍ତି  । ମନେକର ଆପଣଙ୍କର ଅର୍ଥନୀତିରେ ଭଲ ମାଷ୍ଟରି ଅଛି  । ଜଣେ ଅର୍ଥନୀତିଜ୍ଞ ଭାବେ ତୁମେ ସରକାରଙ୍କ ସବୁ ଅର୍ଥନୈତିକ ତ୍ରୁଟି ବିଚୁ୍ୟତି ନେଇ ମତ ଦେଇପାରିବ  । ସେଥିରେ ବାଧକ ନାହିଁ  । କିନ୍ତୁ ଥରେ ସରକାରୀ ଦଳରେ ସାମିଲ ହୋଇ ରାଜନେତାର ଆଖ୍ୟା ଅର୍ଜନ କରିବା ପରେ ସଂପୃକ୍ତ ଅର୍ଥନୀତିଜ୍ଞ ଜଣଙ୍କ ଆଉ ସର୍ବସାଧାରଣରେ ନିଜ ସରକାରଙ୍କ ଅର୍ଥନୀତିକୁ ନିନ୍ଦା କରନ୍ତି ନାହିଁ  । ଯଦି କରନ୍ତି ତେବେ ବିରୋଧୀଙ୍କୁ ମଉକା ମିଳିଯାଇଥାଏ  । ଏଇ ନିକଟରେ ସତ୍ୟପ୍ରକାଶ ନାୟକଙ୍କ ଠାରୁ ନେଇ ସତ୍ୟଜିତ ମିଶ୍ରଙ୍କ ପର୍ଯ୍ୟନ୍ତ ବହୁ ସାମ୍ବାଦିକ ନିର୍ଦ୍ଧିଷ୍ଟ ରାଜନୀତିକ ଦଳରେ ଯୋଗ ଦେଇଛନ୍ତି  । ମୁଖପାତ୍ର ମଧ୍ୟ ହୋଇଛନ୍ତି  । ଆମେ ଜାଣିଛେ, ସରକାରୀ ଦଳ ହେଉକି ବିରୋଧୀ, କାହାର ଅତୀତ ହେଉକି ଭବିଷ୍ୟତ ବା ବର୍ତମାନ ନିଶ୍ଚିତ ଭାବେ କିଛି ନା କିଛି କେଁ ହୋଇଥାଏ  । ସାମ୍ବାଦିକ ଭାବେ ସେମାନେ ନିରପେକ୍ଷ ହୋଇପାରନ୍ତି  । ସେମାନେ ଭଲ ଭେଲ ପରଖି ଖବର ପରଷି ପାରନ୍ତି  । କିନ୍ତୁ ରାଜନୀତିକୁ ଆସିବା ପରେ ନିଜ ଦଳକୁ ଟେକିଟାକି କହିବା, ଅପରର ଦୋଷ ତ୍ରୁଟିକୁ ସମାଲୋଚନା କରିବା ହିଁ ସେମାନଙ୍କର ମୂଳ କାର୍ଯ୍ୟ ହୋଇଥାଏ  । କିନ୍ତୁ ନିଜକୁ ନିରପେକ୍ଷ ଦେଖାଇବା ପାଇଁ ଯଦି ସେମାନେ ନିଜ ଦଳର ଦୋଷ ତ୍ରୁଟିକୁ ସମାଲୋଚନା କରନ୍ତି ବା ନିଜ ଦଳର ନେତାଙ୍କୁ ଆକ୍ଷେପ କରନ୍ତି ତେବେ ତାହା ରାଜନୈତିକ ଦୃଷ୍ଟିକୋଣରୁ ଆଦୌ ଗ୍ରହଣୀୟ ନୁହେଁ  । କାହିଁକିନା ଏହା ବିରୋଧୀଙ୍କୁ ମଉକା ଦେବା ସହ ନିଜ ଦଳକୁ ଅକଳରେ ପକାଇଥାଏ  । ଏସବୁ ଅବତାରଣା କରିବାର ମାନେ ହେଉଛି, ପ୍ରମେୟ ସାପ୍ତାହିକରେ ‘ପିଙ୍କି ସୂତ୍ର’ ନାମକ ଏକ ସ୍ତମ୍ଭ ପ୍ରକାଶ ପାଉଛି  । ଯେଉଁଠି ବିଜେପିର ଷ୍ଟାର ପ୍ରଚାରକ ପିଙ୍କି ପ୍ରଧାନ ଅନେକ ପ୍ରଶ୍ନର ଉତର ଦେଉଛନ୍ତି  । ଯେଉଁସବୁ ପ୍ରସଙ୍ଗ ପ୍ରେମ ଉପରେ ଆଧାରିତ  । କେହି କେହି କହିପାରନ୍ତି, ପିଙ୍କି ଜଣେ ସେଲିବ୍ରିଟି  । ତେଣୁ ଅସୁବିଧା କ’ଣ ରହିଲା ? ଅସୁବିଧାଟି ହେଉଛି ସେ ଆଉ ସେଲିବ୍ରିଟି ହୋଇନାହାନ୍ତି  । ସେ ଏବେ ଏକ ବଡ଼ ରାଜନୈତିକ ଦଳର ଷ୍ଟାର ପ୍ରଚାରକ ପାଲଟି ଯାଇଛନ୍ତି  । ତାଙ୍କର କାମ ହେଉଛି ବିଜେପି ସୂତ୍ର ଦେବା  । କିଭଳି ଦଳ ଆଗକୁ ବଢ଼ିବ, ରାଜ୍ୟ ସରକାରଙ୍କ ଦୋଷ ତ୍ରୁଟି କ’ଣ ରହିଛି ତାହାକୁ ଲୋକଲୋଚନକୁ ଆଣିବା  । ଜଣେ ମହିଳା ଭାବେ ମହିଳାଙ୍କ ହକ୍, ମହିଳାଙ୍କ ସମ୍ପର୍କିତ ଗୁରୁତର ଓ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ହିଁ ଆଲୋକପାତ କରିବା ଦରକାର  । ଏହାଦ୍ୱାରା ତାଙ୍କର ଭାବମୂର୍ତି ବୃଦ୍ଧି ପାଇବା ସହ ଜନସାଧାରଣ ସଚେତନ ହୋଇପାରନ୍ତେ  । କିନ୍ତୁ ତାହା ନକରି ଯଦି ଯୁବକ ଯୁବତୀଙ୍କ ପ୍ରେମ ସମସ୍ୟାର ସମାଧାନ ପାଇଁ ସେ ମତ ଦିଅନ୍ତି ତାହା ତାଙ୍କର ଭାବମୂର୍ତି ବା ଛବି ଉଜ୍ଜ୍ୱଳ କରିବା ବଦଳରେ ମଳିନ କରିବ ବୋଲି କହିଲେ ଭୁଲ ହେବ ନାହିଁ  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook